ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସୁରକ୍ଷା ବଢ଼ିଲା । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ବୈଦେଶିକ ମନ୍ତ୍ରୀ ସୁବ୍ରମଣ୍ୟମ୍ ଜୟଶଙ୍କରଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ଅତିରିକ୍ତ ବୁଲେଟପ୍ରୁଫ୍ ଗାଡ଼ି ସହ ବଢ଼ିଲା ଜୟଶଙ୍କରଙ୍କ ସୁରକ୍ଷା । ଜୟଶଙ୍କରଙ୍କୁ ବର୍ତ୍ତମାନ ‘Z’ କ୍ୟାଟାଗୋରି ସୁରକ୍ଷା ମିଳୁଥିବା ବେଳେ ଏହାସହ ସହ ଅତିରିକ୍ତ ବୁଲେଟପ୍ରୁଫ୍ ଗାଡ଼ି ମିଳିବ । ତାଙ୍କର ସୁରକ୍ଷା ବୃଦ୍ଧି କରିଛି ଗୃହ ମନ୍ତ୍ରଣାଳୟ । ଏହା ସହ ତାଙ୍କ ସୁରକ୍ଷା ପାଇଁ ଗୃହ ମନ୍ତ୍ରାଳୟ ଏକ ବୁଲେଟପ୍ରୁଫ୍ କାର ଯୋଡିଛି। ଦିଲ୍ଲୀରେ ତାଙ୍କ ବାସଭବନରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଜୟଶଙ୍କର ପୂର୍ବରୁ ଜେଡ୍-ବର୍ଗର ସୁରକ୍ଷା ଉପଭୋଗ କରୁଛନ୍ତି। ଏହି ସୁରକ୍ଷା ପାଇଁ ସିଆରପିଏଫ କମାଣ୍ଡୋ ନିୟୋଜିତ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ସୁରକ୍ଷା ପାଇଁ ସର୍ବଦା ୨୨ ଜଣ କମାଣ୍ଡୋ ନିୟୋଜିତ ଅଛନ୍ତି। ୨୦୨୩ ଅକ୍ଟୋବର ରେ ତାଙ୍କର ସୁରକ୍ଷାକୁ ୱାଇ-ବର୍ଗରୁ ଜେଡ୍-ବର୍ଗକୁ ଉନ୍ନୀତ କରାଯାଇଥିଲା। Post navigation ଏସ୍ଡିପିଓଙ୍କ ଆତ୍ମହତ୍ୟା ଚେତାବନୀ; ଉପରିସ୍ଥ ଅଧିକାରୀଙ୍କୁ ଲେଖିଲେ ଚିଠି ତୁର୍କୀର ସୋସିଆଲ ମିଡିଆକୁ ବ୍ୟାନ କଲା ଭାରତ