ଶ୍ରୀମନ୍ଦିର ସୁରକ୍ଷାରେ ମୁତୟନ ହେଲା ଆର୍ମଡ୍‌ ଭେଇକିଲ୍‌‌ । ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିଛନ୍ତି ଡିଜିପି ୱାଇବି ଖୁରାନିଆ । ଶ୍ରୀମନ୍ଦିର ସୁରକ୍ଷାରେ ଯୋଡି ହେଲା କେନ୍ଦ୍ର ସୁରକ୍ଷା ବଳର ବଜ୍ର ଯାନ । ଏଥିରେ ବିଭିନ୍ନ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ରହିଛି । ବଜ୍ର ଯାନ ଦ୍ବାରା ଶ୍ରୀମନ୍ଦିରକୁ ୨୪ ଘଣ୍ଟିଆ ସୁରକ୍ଷା ଦେବେ ସୁରକ୍ଷା ସେନାର ସ୍ୱତନ୍ତ୍ର କମାଣ୍ଡୋ । ଭାରତ ପାକିସ୍ତାନ ଉତ୍ତେଜନା ମଧ୍ୟରେ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିଛନ୍ତି । ଶୃଙ୍ଖଳିତ ରଥଯାତ୍ରା ଓ ସ୍ନାନଯାତ୍ରା ମଧ୍ୟ ଅନୁଧ୍ୟାନ କରିବା ସହ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ୍‌ ବ୍ୟବସ୍ଥା ନେଇ ବୈଠକ ହୋଇଥିବା ସୂଚନା।

ଏହି ବୈଠକରେ  ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ଅନୁଧ୍ୟାନ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ୍‌ ବ୍ୟବସ୍ଥା ନେଇ ଆଲୋଚନା ହୋଇଛି  । ଡିଜିଙ୍କ ସହିତ ଏଡିଜି ଅମିତାଭ ଠାକୁର, ଏଡିଜି ଦୟାଲ ଗଙ୍ଗୱାର, ଆଇଜି ସିଆର୍‍ ପ୍ରବିଣ କୁମାର, ଆଇଜି ଅନୁପ ସାହୁ, ଡିଆଇଜି ପିନାକ ମିଶ୍ର, ଏସପି ବିନତ ଅଗ୍ରୱାଲ ପ୍ରମୁଖ ଶ୍ରୀମନ୍ଦିର ଭିତର ଓ ବାହାର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।

Leave a Reply

Your email address will not be published. Required fields are marked *