କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର ଦିନ ପାକିସ୍ତାନ ସହ ସୀମାନ୍ତରେ ଥିବା ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମୁଖ୍ୟଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବା କୁ କହିଛନ୍ତି । ଏହି ଉଚ୍ଚସ୍ତରୀୟ ବୈଠକରେ ଜମ୍ମୁ-କଶ୍ମୀର, ପଞ୍ଜାବ, ରାଜସ୍ଥାନ, ଗୁଜରାଟ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ବିହାର, ସିକ୍କିମ୍ ଏବଂ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବମାନେ କେନ୍ଦ୍ର ଶାସିତ ଅଞ୍ଚଳ ତଥା ଜମ୍ମୁ-କଶ୍ମୀର ଓ ଲଦାଖର ଉପରାଜ୍ୟପାଳ ମଧ୍ୟ ଯୋଗ ଦେଇଥିଲେ । ଛୁଟିରେ ଯାଇଥିବା ଅର୍ଦ୍ଧସାମରିକ ବଳ ଯବାନଙ୍କ ଛୁଟି ବାତିଲ କରିଛନ୍ତି କେନ୍ଦ୍ର ସରକାର । ଛୁଟିରେ ଥିବା ଯବାନଙ୍କୁ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଗୃହମନ୍ତ୍ରୀ ଗଣମାଧ୍ୟମରେ ଦେଶ ବିରୋଧୀ ପ୍ରଚାର ଉପରେ ନଜର ରଖିବା ସହ ଦୁର୍ବଳ ସ୍ଥାନରେ ସୁଗମ ଯୋଗାଯୋଗ ଏବଂ ସୁରକ୍ଷା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । Post navigation ଅପରେସନ୍ ସିନ୍ଦୁର ପରେ ଭାରତୀୟ ସେନା ବାହିନୀକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ LoCରେ ପାକିସ୍ତାନ ସେନାର ଗୁଳିବର୍ଷା: ଭାରତୀୟ ଯବାନ ସହିଦ