କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଚଳନ୍ତା ଟ୍ରେନରୁ ନିଖୋଜ ହୋଇଯିବ ଓ ଦୀର୍ଘ ସମୟ ପରେ ତାଙ୍କୁ ଅନ୍ୟ ଏକ ଟ୍ରେନରୁ ଆହତ ଅବସ୍ଥାରେ ଠାବ କରାଯାଇଥିବା ନେଇ ଜାତୀୟ ଗଣମାଧ୍ୟମର ଖବର ପ୍ରସାରିତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ । ସେ କହିଛନ୍ତି ଏକ ବୈଠକ ବିଭିନ୍ନ ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି । ଅସୁସ୍ଥ ଓ ନିଖୋଜ ହେବା ଖବର ସମ୍ପୂର୍ଣ୍ଣ ଗୁଜବ ଅଟେ । ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ନିଜ କାମ ପ୍ରତି ସମର୍ପିତ ଅଛନ୍ତି ।

ସୂଚନା ଅନୁଯାୟୀ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ମେ ୩ (ଶନିବାର) ଦିଲ୍ଲୀର ହଜରତ ନିଜାମୁଦ୍ଦିନ ରେଳ ଷ୍ଟେସନରୁ ଗୋଣ୍ଡୱାନା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ଆରମ୍ଭ କରିଥିଲେ । ମେ ୪ (ରବିବାର) ସକାଳେ ମଧ୍ୟପ୍ରଦେଶର ଦାମୋହ ରେଳ ଷ୍ଟେସନ ନିକଟରେ ସେ ହଠାତ୍ ନିଖୋଜ ହୋଇଯାଇଥିଲେ । ରେଳ କର୍ତ୍ତୃପକ୍ଷ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏକ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ପ୍ରାୟ ତିନି ଘଣ୍ଟା ପରେ କେନ୍ଦ୍ର ମନ୍ତ୍ରୀଙ୍କୁ ମଧ୍ୟପ୍ରଦେଶର ସିହୋରା ରୋଡ ରେଳ ଷ୍ଟେସନରେ ଠାବ କରାଯାଇଥିଲା । ସେ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ଥିବା ଜଣାପଡ଼ିଥିଲା ଏବଂ ସେ ଆହତ ଅବସ୍ଥାରେ ମିଳିଥିଲେ। ତାଙ୍କୁ ପ୍ରାଥମିକ ଚିକିତ୍ସା ଦେବା ପରେ ଜବଲପୁର ନିଆଯାଇଥିଲା ।

ଏହା ସହ ଜୁଏଲ ଓରାମ ଦାମୋହ ଷ୍ଟେସନରେ ନିକଟରେ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କର ସୁଗାର ଲେବଲ୍ କମ୍ ହୋଇଯାଇଥିଲା । ତେଣୁ ସେ ଟ୍ରେନରୁ ଓହ୍ଲାଇ ପଡ଼ିଥିଲେ । ଏହି ସମୟରେ ଟ୍ରେନ ଛାଡ଼ି ଦେବା ଯୋଗୁଁ ସେ ତରବରିଆ ଭାବେ ଟ୍ରେନକୁ ଚଢ଼ିବାକୁ ଉଦ୍ୟମ କରିବା ବେଳେ ତଳେ ଖସି ପଡ଼ିଥିଲେ । ସେ ଆହତ ହୋଇଥିଲେ । ତାଙ୍କ ଟ୍ରେନ ଛାଡ଼ି ଦେବାରୁ ସେ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ଟ୍ରେନରେ ଚଢ଼ିଯାଇଥିଲେ ।

Leave a Reply

Your email address will not be published. Required fields are marked *