ଗତକାଲି ୪ ଜଣ ପରୀକ୍ଷା ଦଲାଲ ଗିରଫ ହେବାପରେ ଆଜି କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୁବନେଶ୍ବରରେ ସରିଛି ନିଟ୍ ୟୁଜି-୨୦୨୫ ପରୀକ୍ଷା। ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ନ୍ୟାସନାଲ୍ ଟେଷ୍ଟିଂ ଏଜେନସି ବା ଏନଟିଏ ଦ୍ବାରା ପରିଚାଳିତ ନିଟ୍ ପରୀକ୍ଷା ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ୫ଟା ଯଏଁ ଚାଲିଥିଲା। ପରୀକ୍ଷା ଚାଲିଥିବା ବେଳେ ଭୁବନେଶ୍ବର ନିଟ୍ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଛନ୍ତି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ ଓ ଡିସିପି ଜଗମୋହନ ମୀନା।

ଆଜି ଓଡ଼ିଶାର ୨୭ଟି ସହରରେ ଲକ୍ଷେରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସମସ୍ତ କେନ୍ଦ୍ରରେ ସିସିଟିଭି କ୍ୟାମେରା ସହ ସ୍କ୍ୱାଡ୍ ବ୍ୟବସ୍ଥା ହୋଇଛି ।

Leave a Reply

Your email address will not be published. Required fields are marked *