ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାୟୁସେନା ମୁଖ୍ୟ । ବାୟୁସେନା ମୁଖ୍ୟ ଏୟାର ବିଫ ମାର୍ଶାଲ ଅମର ପ୍ରୀତ ସିଂ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହା ପୂର୍ବରୁ ଗତକାଲି ନୌସେନା ପ୍ରମୁଖ ଦିନେଶ ତ୍ରିପାଠୀ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିଲେ । ତେବେ ଆଜି ପ୍ରଧାନମନ୍ତ୍ରୀ ଓ ବାୟୁସେନା ପ୍ରମୁଖଙ୍କ ମଧ୍ୟରେ ହୋଇଥିବା ବୈଠକରେ କେଉଁ ଉପରେ ଆଲୋଚନା ହୋଇଛି ତାର ସୂଚନା ମିଳିନାହିଁ । ସୂଚନା ଯୋଗ୍ୟ; ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କୀ ହମଲା ପରେ କ୍ୟାବିନେଟ୍ କମିଟି ଅନ ସିକ୍ୟୁରିଟି(ସିସିଏସ)ର ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଏହା ପରେ ସରକାର ତିନି ସେନାଙ୍କୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୂରା ସ୍ୱାଧୀନତା ଦେଇଛନ୍ତି । କେଉଁ ସମୟରେ, କେବେ ଏବଂ କେଉଁଠି ପାକିସ୍ତାନରକୁ ଜବାବ ଦିଆଯିବ ତାର ନିଷ୍ପତ୍ତି ସେନା ଉପରେ ଛାଡିଛନ୍ତି ମୋଦୀ ସରକାର । Post navigation ଭାରତର ଡିଜିଟାଲ ଷ୍ଟ୍ରାଇକ ଜାରି: ଇମ୍ରାନ ଖାନଙ୍କ ‘X’ ଆକାଉଣ୍ଟ ବ୍ୟାନ୍ ପରଲୋକରେ ଯୋଗ ଗୁରୁ ସ୍ବାମୀ ଶିବାନନ୍ଦ