ଖେଳ, ମନୋରଞ୍ଜନ ମାଧ୍ୟମରେ ପିଲାମାନଙ୍କୁ ଦିଆଯିବ ଶିକ୍ଷା ।ଶିଶୁ ବାଟିକା, ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ପିଲାଙ୍କୁ ଦିଆଯିବ ‘ଯାଦୁପେଡି’ । ଖେଳ ଭିତ୍ତିକ ଶିକ୍ଷଣ ପଦ୍ଧତି ମାଧ୍ୟମରେ ମୌଳିକ ଦକ୍ଷତା ଅର୍ଜନକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତ୍ୟେକ ବିଦ୍ୟାଳୟକୁ ‘ଯାଦୁ ପେଡି’ ଯୋଗାଇ ଦିଆଯିବ। ଏଥିପାଇଁ ସମସ୍ତ ପ୍ରାଥମିକ ଶ୍ରେଣୀର ଶିକ୍ଷକଙ୍କୁ ପ୍ରସ୍ତୃତି ମଡ୍ୟୁଲ ଉପରେ ତାଲିମ ଦିଆଯିବ। NCERT ଦ୍ବାରା ପ୍ରସ୍ତୁତ ଏହି କିଟ୍କୁ ୪୫ ହଜାର ସ୍କୁଲରେ ବଣ୍ଟନ ହେବ। ଏନେଇ ରାଜ୍ୟ ସରକାର ଖର୍ଚ୍ଚ କରିବେ ୯୦ କୋଟି ଟଙ୍କା। ଲୋକସେବା ଭବନରେ ‘ଯାଦୁପେଡି’ ଦେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ‘ଯାଦୁପେଡ଼ି’ ପିଲାଙ୍କୁ ପାଠ ପଢ଼ିବା ପାଇଁ ଆକୃଷ୍ଟ କରିବ । Post navigation ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ‘ଏକ୍ସ’ ବ୍ୟାନ୍ ଆୟୁଷ୍ମାନରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ