ପହଲଗାମ୍ ଆତଙ୍କୀ ଆକ୍ରମଣ ଖବର ପ୍ରସାରଣ ନେଇ ବିବିସ ନ୍ୟୁଜ୍ ଚ୍ୟାନେଲକୁ ନୋଟିସ୍ । ପହଲଗାମରେ ପର୍ଯ୍ୟଟକଙ୍କ ଜୀବନ ନେଇଥିବା ଆତଙ୍କବାଦୀଙ୍କୁ ଯୋଦ୍ଧା କହିଥିବା ବିଶ୍ୱର ପ୍ରତିଷ୍ଠିତ ନ୍ୟୁଜ୍ ଚ୍ୟାନେଲ୍ ବିବିସକୁ ତାଗିଦ କରିଛନ୍ତି କେନ୍ଦ୍ର ସରକାର । ଏ ନେଇ ସରକାର ବିବିସିର ଭାରତ ଶାଖା ମୁଖ୍ୟ ଜ୍ୟାକି ମାର୍ଟିନଙ୍କୁ ଚିଠି ଲେଖି ଚେତାବନୀ ଦେଇଛନ୍ତି ।  କେନ୍ଦ୍ର ସରକାର କହିଛନ୍ତି କି, ବୈଦେଶିକ ମନ୍ତ୍ରଣାଳୟ ବିବିସି ରିପୋର୍ଟିଂ ଉପରେ ନଜର ରଖିଛି । ତେବେ ଏହା କି ଧରଣର ରିପୋର୍ଟଂ ବୋଲି କେନ୍ଦ୍ର ସରକାର ଜବାବ ମାଗିଛନ୍ତି ।

ୟୁକେରେ ବିବିସି ଶାଖାର ଏକ ଆର୍ଟିକିଲରେ “କାଶ୍ମୀରରେ ପର୍ଯ୍ୟଟକଙ୍କ ଉପରେ ପ୍ରାଣ ଘାତକ ପରେ ପାକିସ୍ତାନ ଭାରତୀୟଙ୍କ ପାଇଁ ଭିସା ରଦ୍ଦ କରିଛି” ଶୀର୍ଷକରେ ଖବର ପ୍ରସାରଣ ହୋଇଥିଲା । ଏଥିରେ ଆତଙ୍କବାଦୀକୁ ଯୋଦ୍ଧା ବୋଲି ଲେଖାଯାଇଥିଲା । ଯାହା ପରେ ସାମାଜିକ ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଭାରତ ସରକାର ମଧ୍ୟ ଏହାକୁ ତୀବ୍ର ନିନ୍ଦା କରିଛନ୍ତି ।

Leave a Reply

Your email address will not be published. Required fields are marked *