ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରାଜ୍ୟରେ ଅସହ୍ୟ ତାତି ସହିତ ଗୁଳୁଗୁଳି ଅନୁଭୂତ ହେଉଛି । ସେଥିପାଇଁ ଗ୍ରୀଷ୍ମ ଛୁଟି ପୂର୍ବରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇଛି। ଯଦି ସରକାରଙ୍କ ନିର୍ଦେଶକୁ ଅବମାନନା କରାଯାଏ ତାଙ୍କ ପ୍ରତି ଆକ୍ସନ ନିଆଯିବା ନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଛୁଟିରେ ସ୍କୁଲ ଖୋଲିଲେ ହେବ ଆକ୍ସନ । ସରକାରଙ୍କ ଗ୍ରୀଷ୍ମ ପ୍ରବାହ ପାଇଁ ଯେଉଁ SOP ଜାରି କରିଛନ୍ତି । ତାହାକୁ ନ ମାନିଲେ କାର୍ଯ୍ୟାନୁଷ୍ଠାନ ହେବ। ନିଜ ମନମାନିରେ SOP ନ ମାନି ସ୍କୁଲ ଖୋଲିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏହା ସହ ଗ୍ରୀଷ୍ମ ପ୍ରବାହକୁ ନେଇ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଅତି ଆବଶ୍ୟକ ନଥିଲେ ଖରାରେ ଘରୁ ନବାହାରିବାକୁ ମନ୍ତ୍ରୀ ଅପିଲ କରିଛନ୍ତି । ଏପର୍ଯ୍ୟନ୍ତ ଅଂଶୁଘାତର କିଛି ବି ଖବର ନ ଆସିଥିଲେ ମଧ୍ୟ ଅଂଶୁଘାତ ପାଇଁ ୱାର୍ଡ ପ୍ରସ୍ତୁତ ରଖିବାକୁ CHC ଓ PHCକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କୁ ସତର୍କ ସୂଚନା ମଧ୍ୟ ଦିଆଯାଇଛି ।

Leave a Reply

Your email address will not be published. Required fields are marked *