ପହଲଗାମ ଆକ୍ରମଣ ପରେ ଭାରତୀୟ ସେନା ସର୍ଚ୍ଚ ଅପରେସନକୁ ଜୋରଦାର କରିଛି। ଭାରତୀୟ ସେନା କାର୍ଯ୍ୟାନୁଷ୍ଠାନରେ ଲାଗିଛି। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ମଧ୍ୟ ଜମ୍ମୁ ଏବଂ କଶ୍ମୀର ପୋଲିସ ସହିତ ମିଶି ଆକ୍ରମଣର ତଦନ୍ତ ଆରମ୍ଭ କରିଛି। ଜମ୍ମୁ-କାଶ୍ମରୀ ପହଲଗାମ୍ ଆକ୍ରମଣରେ ସାମିଲ ୨ ଜଣ ଆତଙ୍କବାଦୀଙ୍କ ଘର ମାଟିରେ ମିଶାଇ ଦିଆଯାଇଛି । ଗୁରୁବାର ରାତିରେ ସୁରକ୍ଷାବଳ ଆତଙ୍କବାଦୀ ଆସିଫ୍ ଶେଖର ଘରକୁ ବୋମାରେ ଉଡାଇ ଦେଇଛନ୍ତି । ସେହିପରି ଆଉ ଜଣେ ସ୍ଥାନୀୟ ଆତଙ୍କବାଦୀ ଆଦିଲ ଗୁରୀ ଅନନ୍ତନାଗ ସ୍ଥିତ ଘରେ ବୁଲଡୋଜର ଚଢାଇ ଦିଆଯାଇଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟ; ପହଲଗାମ ଆକ୍ରମଣରେ ଆତଙ୍କବାଦୀ ଆସିଫ ଶେଖ ଓ ଆଦିଲ ଗୁରି ନାମ ସାମ୍ନାକୁ ଆସିଥିଲା। ପହଲଗାମର ବୈସାରନ ଘାଟିରେ ହୋଇଥିବା ଆକ୍ରମଣ ଯୋଜନା ଏବଂ କାର୍ଯ୍ୟକାରୀ କରିବାରେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସାହାଯ୍ୟ କରିବାର ଅଭିଯୋଗ ରହିଛି। Post navigation ଜମ୍ମୁ କଶ୍ମୀରର ଏଲଓସିରେ ଗୁଳି ବିନିମୟ; ପାକ୍ ଗୁଳିର କଡ଼ା ଜବାବ ଦେଲା ଭାରତ ନବ ଦାସ ହତ୍ୟା ମାମଲା: ଗୋପାଳର ପୂର୍ବ କଲ୍ ହିଷ୍ଟ୍ରି ଖୋଲିଲା କ୍ରାଇମବ୍ରାଞ୍ଚ