ଭଦ୍ରକ ଜିଲ୍ଲା ହସ୍ପିଟାଲରେ ଘଟିଛି ଅଭାବନୀୟ ଘଟଣା । ହସ୍ପିଟାଲରେ ଥିବା ଲିଫ୍ଟରେ ଚାପି ହୋଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଏ ଘଟଣା ପରେ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ବୁଝାସୁଝା କରିବା ସହିତ ଘଟଣାର ତଦନ୍ତ ଜାରି କରିଛି । ମୃତ ମହିଳା ହେଲେ ରାନ୍ଦୀଆ ପଞ୍ଚାୟତ ନରସିଂହପୁର ଗାଁର ମିନତୀ ପରିଡା। ସେ ଶ୍ୱାସ ଓ ଥାଇରଏଡ଼ ରୋଗ ଆକ୍ରାନ୍ତ ।ଆଜି ସକାଳୁ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ପରିବାର ଲୋକେ ଭଦ୍ରକ ଜିଲ୍ଲା ହସ୍ପିଟାଲକୁ ନେଇ ଆସିଥିଲେ । ଅନ୍ୟପଟେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି କଟର ମେସିନ ସାହାଯ୍ୟରେ ମୃତକଙ୍କୁ ବାହାର କରାଯାଉଛି। ଘଟଣାସ୍ଥଳରେ ଉପଜିଲ୍ଲାପାଳ। ତହସିଲଦାରଙ୍କ ସହ ବରିଷ୍ଠ ଅଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି। ସୂଚନା ଅନୁସାରେ, ମିନତୀ ପରିଡା ଶ୍ୱାସ ଓ ଥାଇରଏଡ଼ ରୋଗ ଆକ୍ରାନ୍ତ ହୋଇ ଥିବାରୁ ପରିବାର ଲୋକେ ତାଙ୍କୁ ଭଦ୍ରକ ଜିଲ୍ଲା ହସ୍ପିଟାଲକୁ ଆଣିଥିଲେ । ଆଉଟଡୋରରେ ଥିବା ଡାକ୍ତର ତାଙ୍କୁ ଆଡମିସନ କରିଦେଇଥିଲେ । ଯାହାପରେ ମହିଳା ଜଣଙ୍କୁ ଫିମେଲ ମେଡ଼ିସିନ ୱାର୍ଡକୁ ଲିଫ୍ଟରେ ନେବାକୁ କହିଥିଲେ ହସ୍ପିଟାଲ କର୍ମଚାରୀ । ମହିଳାଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଫିମେଲ ମେଡ଼ିସିନ ୱାର୍ଡକୁ ଲିଫ୍ଟରେ ଆଣୁଥିଲେ । ନିଆ ଯାଉଥିବା ସମୟରେ ହଠାତ ସେନ୍ସର ଫେଲ୍ ଯୋଗୁ ଲିଫ୍ଟ ଡୋରରେ ମହିଳା ଜଣଙ୍କ ଚାପି ହୋଇ ମୃତ୍ୟୁବରଣ କରିଥିଲେ । Post navigation ପାକିସ୍ତାନ ସରକାରର ଅଫିସିଆଲ ଏକ୍ସ ଆକାଉଣ୍ଟ ବ୍ୟାନ ପହଲଗାମ୍ ଆକ୍ରମଣ ଘଟଣା: କଂଗ୍ରେସର CWC ବୈଠକରେ ନିନ୍ଦା ପ୍ରସ୍ତାବ ପାରିତ