ପଞ୍ଚଭୂତରେ ବିଲୀନ ହେଲେ ଜାମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ପ୍ରଶାନ୍ତ ଶତପଥୀ । ବାଲେଶ୍ବର ଇସାଣୀ ଗାଁ ମଶାଣୀରେ ଶେକକୃତ୍ୟ ସମ୍ପନ୍ନ ହୋଇଛି । ପ୍ରଶାନ୍ତ ଶତପଥୀଙ୍କୁ ମୁଖାଗ୍ନି ଦେଲା ତାଙ୍କ କୁନି ପୁଅ । ତାଙ୍କର ଏହି ଶେଷକୃତ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ସାମିଲ ହୋଇଥିଲେ ହଜାର ହଜାର ଲୋକ । ଏହା ସହ ମୃତ ପ୍ରଶାନ୍ତଙ୍କ ପରିବାର ପାଇଁ ୨୦ ଲକ୍ଷ ଟଙ୍କା ସହାୟତା ଘୋଷଣା କରିବା ସହ ପ୍ରଶାନ୍ତଙ୍କ ପତ୍ନୀଙ୍କୁ ସରକାରୀ ଚାକିରି ସହ ପ୍ରଶାନ୍ତଙ୍କ ପୁଅର ପାଠପଢ଼ା ଦାୟିତ୍ବ ବି ନେବେ ରାଜ୍ୟ ସରକାର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସୂଚନା ଯୋଗ୍ୟ; ଗତକାଲି କଶ୍ମୀରରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲା ପହଲଗାଁଓ ଅଞ୍ଚଳରେ ହୋଇଛି ଆତଙ୍କବାଦୀ ଆକ୍ରମଣ । ପର୍ଯ୍ୟଟକମାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ ଆତଙ୍କବାଦୀ । ଗୁଳିମାଡ଼ରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି । ସେଥିମଧ୍ୟରୁ ଓଡ଼ିଶାର ବାଲେଶ୍ୱର ସଦର ଅଞ୍ଚଳର ପ୍ରଶାନ୍ତ ଶତପଥୀ ନିଜ ପତ୍ନୀ ଓ ପୁଅଙ୍କ ସହ ପହଲଗାମରେ ବୁଲୁଥିବା ବେଳେ ନିଜ ପରିବାର ସାମ୍ନାରେ ପ୍ରଶାନ୍ତଙ୍କୁ ଗୁଳି କରିଥିଲେ ଆତଙ୍କବାଦୀ। Post navigation ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା: ପାକିସ୍ତାନୀ ରାଷ୍ଟ୍ରଦୂତଙ୍କୁ ସମନ୍ ଜାରି ଗୌତମ ଗମ୍ଭୀରଙ୍କୁ ଆଇଏସଆଇଏସ ପକ୍ଷରୁ ଆସିଲା ହତ୍ୟା ଧମକ