ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଏନ୍ଏସ୍ଏ ଅଜିତ ଡୋଭାଲ । ଜାମ୍ମୁ-କାଶ୍ମୀର ସ୍ଥିତି ନେଇ ଅବଗତ କରାଇଛନ୍ତି । ପହଲାଗାମ ଆତଙ୍କୀ ହାମଲାରେ ଘଟଣାକୁ ନେଇ ଆଜି ସନ୍ଧ୍ୟାରେ ବସିବାକୁ ଯାଉଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ସନ୍ଧ୍ୟା ୬ଟାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ସୁରକ୍ଷା ସମ୍ବନ୍ଧୀୟ କ୍ୟାବିନେଟ୍ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ତେବେ ଏହି ବୈଠକରେ ଆତଙ୍କୀବାଦୀଙ୍କ ବିରୋଦ୍ଧରେ କଠୋର ନିଷ୍ପତି ନେଇପାରନ୍ତି କେନ୍ଦ୍ର ସରକାର। ସେହିପରି ଆଜି ପହଲଗାମ୍ ଆତଙ୍କୀ ଆକ୍ରମଣକୁ ନେଇ ଶାହଙ୍କ ବୟାନ ଦେଇ କହିଛନ୍ତି ଆତଙ୍କବାଦୀଙ୍କ ଆଗରେ ନଇଁବନି ଭାରତ । ଆକ୍ରମଣକାରୀଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବନି । ସବୁ ପରିସ୍ଥିତି କୁ ସାମ୍ନା କରିବ କିନ୍ତୁ ଆତଙ୍କବାଦୀଙ୍କ ଆଗରେ ହାର ମାନିବ ନାହିଁ । ଅନ୍ୟପଟେ ଜମ୍ମୁ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପ୍ରତିରକ୍ଷା ମନ୍ତ୍ରଣାଳୟର ବସିଛି ଏକ ଉଚ୍ଚସ୍ତରୀୟ ବୈଠକ । ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହିତ, ତିନି ସଶସ୍ତ୍ର ବାହିନୀର ମୁଖ୍ୟମାନେ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ । ବୈଠକରେ ପ୍ରସ୍ତୁତ ଯୋଜନାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ମୁଖରେ ରଖାଯିବ । Post navigation ରାଜ୍ୟ କ୍ୟାବିନେଟ୍ରେ ୭ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ ଶ୍ରୀନଗରରୁ ଦିଲ୍ଲୀ ଓ ମୁମ୍ବାଇ ପାଇଁ ଉଡ଼ିବ ଏୟାର ଇଣ୍ଡିଆର ୨ଟି ଅତିରିକ୍ତ ବିମାନ