ପହଲାଗାମ ଆତଙ୍କୀ ଆକ୍ରମଣ ପରେ ଭୟଭୀତ ହୋଇପଡ଼ିଛନ୍ତି ସେଠାକୁ ଯାଇଥିବା ପର୍ଯ୍ୟଟକ । ସେମାନେ କିପରି ନିଜ ଘରକୁ ଫେରିବେ ସେନେଇ ଚିନ୍ତିତ ଅଛନ୍ତି । ଏହାରି ଭିତରେ ଜାମ୍ମୁ କାଶ୍ମୀର ବିମାନ ବନ୍ଦରରେ ଆଜି ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଏଥିପାଇଁ ଏୟାର ଇଣ୍ଡିଆ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏବେ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଏୟାରଲାଇନ୍ସର ଅତିରିକ୍ତ ୨ଟି ବିମାନ ଚଳାଚଳ କରୁଛି । ଦିଲ୍ଲୀ ଏବଂ ଆଉ ଦୁଇଟି ମୁମ୍ବାଇ ଯିବାଆସିବା କରୁଛି । ଦିନ ସାଢ଼େ ୧୧ଟା ଓ ୧୨ଟାରେ ବାହାରିବ ୨ଟି ବିମାନ । ଏନେଇ ଆଜି ଅତିରିକ୍ତ ବିମାନ ନେଇ ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ମିଳିଛି । Post navigation ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଅଜିତ ଡୋଭାଲ; ଆକ୍ରମଣକୁ ନେଇ ସନ୍ଧ୍ୟା ୬ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ତ୍ତ ବିଭାଗର ବିଭାଗର “ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ’ର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ