HM Amit Shah pays tributes to Pahalgam terror victims

ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି। ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ପର୍ଯ୍ୟଟକଙ୍କ ମୃତଦେହକୁ ପୋଲିସ କଣ୍ଟ୍ରୋଲ ରୁମ୍‌ରେ ରଖାଯାଇଥିବା ବେଳେ  ଗୃହମନ୍ତ୍ରୀ ଅମିତ ଶାହ ଆଜି ଶ୍ରୀନଗରର ପୋଲିସ ନିୟନ୍ତ୍ରଣ କକ୍ଷକୁ ଯାଇ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଏହା ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ପହଲଗାମର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଆହତଙ୍କ ଅବସ୍ଥା ପଚାରି ବୁଝିବା ପାଇଁ ସେ ହସ୍ପିଟାଲ ଯାଇଛନ୍ତି । ସମସ୍ତ ପାରିବାରଙ୍କୁ ଅମିତ ଶାହା ଆବଶ୍ୟକୀୟ ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି ଏବଂ ପ୍ରଭାବିତଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ ମିଳିବ ପ୍ରତିଶ୍ରୁତି ଦେଇଛନ୍ତି ।

ଆଜି ସକାଳେ ପର୍ଯ୍ୟଟକଙ୍କ ମରଶରୀରକୁ ଶ୍ରୀନଗରକୁ ବିମାନ ମାଧ୍ୟମରେ ପଠାଯାଇଥିଲା। ମୃତଦେହଗୁଡ଼ିକୁ ସେମାନଙ୍କ ନିଜ ନିଜ ଜନ୍ମସ୍ଥାନକୁ ପଠାଇବା ପାଇଁ ବ୍ୟବସ୍ଥା ଚାଲିଛି।

Leave a Reply

Your email address will not be published. Required fields are marked *