ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାର ଲୁଗୁ ପାହାଡ଼ ପାଦଦେଶରେ ନକ୍ସଲଙ୍କ ସହିତ ପୋଲିସ ଏବଂ ସିଆରପିଏଫ ଦଳ ମଧ୍ୟରେ ଏନକାଉଣ୍ଟର। ଯବାନଙ୍କ ଗୁଳିରେ ଟଳିଲେ ୬ ମାଓବାଦୀ। ମୃତ ନକ୍ସଲଙ୍କ ମଧ୍ୟରେ ବିବେକ ସ୍କ୍ୱାଡ୍ ସାମିଲ୍ ଅଛି । ଯାହାଙ୍କ ନାଁରେ ଥିଲା ୧ କୋଟିର ପୁରସ୍କାର ରାଶି । ସେପଟେ ଘଟଣାସ୍ଥଳରୁ ଗୋଟିଏ INSAS ରାଇଫଲ୍, ଗୋଟିଏ ସେଲ୍ଫ-ଲୋଡିଂ ରାଇଫଲ୍ ଓ ବିସ୍ଫୋରକ ସାମଗ୍ରୀ ବି ଜବତ କରାଯାଇଛି ।

ସୂଚନା ଯୋଗ୍ୟ; ୨୦୯ କମାଣ୍ଡୋ ବାଟାଲିୟନ ଫର୍ ରିଜୋଲ୍ୟୁଟ୍ ଆକ୍ସନ୍ (କୋବ୍ରା)ର ଯବାନମାନେ ଏହି ଅପରେସନ୍ କରିଥିଲେ । ସୋମବାର ସକାଳେ ବୋକାରୋର ଲାଲପାଣି ଥାନା ଅଞ୍ଚଳ ଅନ୍ତର୍ଗତ ମୁଣ୍ଡା ଟୋଲି ଓ ସୋସୋ ନିକଟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଯେଉଁଥିରେ ୬ ଜଣ ନକ୍ସଲ ନିହତ ହୋଇଛନ୍ତି । ତେବେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।

Leave a Reply

Your email address will not be published. Required fields are marked *