ରତ୍ନଭଣ୍ଡାର ମରାମତି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ସ୍ନାନ ଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ସାରିବା ପାଇଁ ଚେଷ୍ଟା କରାଯାଉଛି । ରତ୍ନଭଣ୍ଡାର ମରାମତି ଚୂଡ଼ାନ୍ତ ସ୍ଥିତିକୁ ଆସିଲାଣି । ନିତିକାନ୍ତି ବ୍ୟାହତ ନକରି ମରାମତି କାମ ଚାଲିଛି । ଦିନରେ ଦେଢ଼ ଘଣ୍ଟାରୁ ଦୁଇ ଘଣ୍ଟା ମରାମତି କାମ ହେଉଛି। ସେ ଆଉ ମଧ୍ୟ କହିଛନ୍ତି ରତ୍ନ ଭଣ୍ଡାରର ଯେତିକି ଡ୍ୟାମେଜ ହୋଇଥିଲା , ଯଦି ମରାମତି ହୋଇ ନ ଥାଆନ୍ତା, ମୋର ତ ଆଶଙ୍କା ହୁଏତ ଭିତର କେତେବେଳେ ଭୁଶୁଡ଼ି ପଡ଼ି ଥାଆନ୍ତା । ରତ୍ନ ଭଣ୍ଡାରକୁ ସମ୍ପୂର୍ଣ୍ଣ ରୂପେ ଶହେରୁ ଦୁଇ ଶହ ବର୍ଷ ଠିକ୍ ଢ଼ଙ୍ଗରେ ରହିଲା ପରି ମରାମତି ଉପରେ ଗୁରୁତ୍ବ ଦିଆଯାଉଛି। ସେଥିପାଇଁ ଏଏସଆଇକୁ କୌଣସି ପ୍ରକାର ବ୍ୟସ୍ତ କରାଯାଉ ନାହିଁ । ଯେହେତୁ ଏଏସଆଇକୁ ସମୟ କମ ଦିଆଯାଉଛି ତେଣୁ କାମ ବିଳମ୍ବିତ ହେଉଛି। Post navigation ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର