ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରୁ ହଟିବ ବ୍ୟାନ । ଏ ନେଇ ଆଜି ଯାତ୍ରା ମାଲିକ ସଂଘ ଉପସଭାପତି ତଥା ରାଜଧାନୀ ଯାତ୍ରା ପାର୍ଟି ମାଲିକ ପବିତ୍ର ପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି  ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରୁ ହଟିବ ବୟକଟ୍ । ଆମେ ତାଙ୍କୁ କୋଳେଇ ଆଣିବୁ । ତାଙ୍କୁ କୋଳେଇ ଆଣିଲେ ବିବାଦ ସମାଧାନ ହେବ । କଳାକାରଙ୍କ ପାଟିରେ ବାଡ଼ବତା ରହୁ । ଏବଂ ସମସ୍ତଙ୍କୁ ସମ୍ମାନ ଦିଅନ୍ତୁ । ଖୁବଶୀଘ୍ର ଯାତ୍ରା ମାଲିକ ସଂଘ ପକ୍ଷରୁ ଏ ନେଇ ଘୋଷଣା କରାଯିବ ବୋଲି ପବିତ୍ର କହିଛନ୍ତି ।

ଯାତ୍ରା କଳାକାର ସଂଘ ବୈଠକରେ ଯାତ୍ରା ବନ୍ଦ କରିବା ନେଇ ନିଷ୍ପତ୍ତି ନିଆଯିବା ପରେ ମୁଣ୍ଡ ନୁଆଁଇଛନ୍ତି ମାଲିକ ସଂଘ ।

ସୂଚନା ଯୋଗ୍ୟ; ଯାତ୍ରା ତୁଳସୀ ମାଲିକ ଅନନ୍ତ ନାରାୟଣ ଧଳ ଓ ନରି ପଣ୍ଡାଙ୍କ ଭିତରେ ବିବାଦ ହୋଇଥିଲା। ଯାତ୍ରା କଳାକାର ତଥା ହାସ୍ୟ ଅଭିନେତା ନରି ପଣ୍ଡା ଆଗାମୀ ଯାତ୍ରା ଋତୁ ୨୦୨୫- ୨୬ ପାଇଁ ତୁଳସୀ ଗଣନାଟ୍ୟକୁ ଯିବା ପାଇଁ ଟଙ୍କା ନେଇ ଏଗ୍ରିମେଣ୍ଟ ହୋଇଥିଲା। ସେ ଦୁଇଟି ପର୍ଯ୍ୟାୟରେ ୧୦ ଲକ୍ଷ ଟଙ୍କା ନେଇଥିବା ବେଳେ। ଆଉ ଅବଶିଷ୍ଟ ଟଙ୍କା ପାଇଁ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳଙ୍କୁ ଫୋନ କରିବାରୁ ସେ ଫୋନରେ ତାଙ୍କୁ ଆଉ ତାଙ୍କ ପତ୍ନୀ ଙ୍କୁ ଖରାପ ବ୍ୟବହାର କରିଥିବା ନରି ପଣ୍ଡା ଅଭିଯୋଗ କରିଥିଲେ। ସେ ତୁଳସୀ ଗଣନାଟ୍ୟରେ ରହିବେ ନାହିଁ। ସେଥିପାଇଁ ସେ ନେଇଥିବା ୧୦ ଲକ୍ଷ ଟଙ୍କା ଫେରସ୍ତ କରିବା ପାଇଁ ମାଲିକଙ୍କ ପାଖକୁ ଆସିଥିବା ସମୟରେ ତାଙ୍କୁ ମାଲିକ ମାଡ ମାରିଥିବା ଅଭିଯୋଗ ଆଣିଥିଲେ। ଏହାପରେ ବିବାଦ ଦେଖିବାକୁ ମିଳିଥିଲା । ବିବାଦ ଏତେ ବଢିଥିଲା ଯେ ନରି ପଣ୍ଡାକୁ ଯାତ୍ରାରୁ ବୟକଟ୍ କରାଯାଇଥିଲା ।

Leave a Reply

Your email address will not be published. Required fields are marked *