୨୦୨୬ ମାର୍ଚ୍ଚ ମାସ ସୁଦ୍ଧା ଦେଶକୁ ମାଓ ମୁକ୍ତ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବା ବେଳେ ଆଜି ୨୨ ମାଓବାଦୀଙ୍କ ଆତ୍ମସମର୍ପଣ କରିଛନ୍ତି। ଛତିଶଗଡ଼ ସୁକମାରେ ଆତ୍ମସମର୍ପଣ କରିଛନ୍ତି ୨୨ ମାଓବାଦୀ । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୯ ଜଣ ମହିଳା । ୨୨ ଜଣଙ୍କ ମଧ୍ୟରୁ ୧୨ ହାର୍ଡକୋର୍ ମାଓବାଦୀଥିବା ଜଣାପଡିଛି । ଏହା ସହ ୧୨ ମାଓବାଦୀଙ୍କ ନାଁରେ ରହିଛି ସାଢ଼େ ୪୦ ଲକ୍ଷର ଅର୍ଥ ରାଶି । ଆଦିବାସୀଙ୍କ ଉପରେ ଅତ୍ୟାଚାରକୁ ବିରୋଧ କରି ଆତ୍ମସମର୍ପଣ କରିଥିବା ଜଣାପଡିଛି ।

ଅନ୍ୟପଟେ ୨୨ ମାଓବାଦୀ ଜିଲ୍ଲା ପୁଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବାକୁ ପଦକ୍ଷେପ ନିଆଯିବ ବୋଲି ଏସପି କହିଛନ୍ତି। ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀ ସୁକମା ଜିଲ୍ଲାର ହୋଇଥିବା ଜଣାପଡ଼ିଛି ।

ସୂଚନା ଯୋଗ୍ୟ

Leave a Reply

Your email address will not be published. Required fields are marked *