PM Modi Highlights India’s Growing Semiconductor Sector at Semicon India 2026

୪ଟି ରାଜ୍ୟର ବିଧାନ ପରିଷଦ (MLC) ନିର୍ବାଚନ ଫଳାଫଳକୁ ନେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍ତର ପ୍ରଦେଶ, ବିହାର, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ହୋଇଥିବା MLC ନିର୍ବାଚନର ଫଳାଫଳକୁ ନେଇ ସେ କଂଗ୍ରେସକୁ ପ୍ରଶ୍ନ କରିଛନ୍ତି । ଏହି ୪ଟି ରାଜ୍ୟରେ ମୋଟ ୨୮ଟି ବିଧାନ ପରିଷଦ ଆସନ ମଧ୍ୟରୁ କଂଗ୍ରେସ କେତୋଟି ଆସନ ଜିତିଛି ବୋଲି ସେ ପଚାରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି ଯେ, ୪ଟି ରାଜ୍ୟର ୨୮ଟି ବିଧାନ ପରିଷଦ ଆସନ ପାଇଁ ନିର୍ବାଚନ ହୋଇଛି । ଏହି ନିର୍ବାଚନ ବାଲଟ୍ ପେପର ମାଧ୍ୟମରେ ହୋଇଥିବା ବେଳେ କଂଗ୍ରେସ କେତୋଟି ଆସନ ଜିତିଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହା ମାଧ୍ୟମରେ ସେ କଂଗ୍ରେସର ନିର୍ବାଚନୀ ପ୍ରଦର୍ଶନକୁ ନେଇ କଟାକ୍ଷ କରିଛନ୍ତି ।

ବିଶେଷ କରି କର୍ଣ୍ଣାଟକରେ କଂଗ୍ରେସ କ୍ଷମତାରେ ଥିବା ସତ୍ତ୍ୱେ ଦଳ ଗୋଟିଏ ହେଲେ ଆସନ ଜିତିପାରି ନାହିଁ । ସେଠାରେ ବିଜେପି ୩ଟି ଓ ଏହାର ସହଯୋଗୀ ଜନତା ଦଳ (ସେକ୍ୟୁଲାର) ଗୋଟିଏ ଆସନ ଜିତିଛି । ଏହି ଫଳାଫଳ କଂଗ୍ରେସ ପାଇଁ ଏକ ବଡ଼ ଝଟକା । ବାଲଟ୍ ପେପରରେ ନିର୍ବାଚନ ହୋଇଥିବା ପ୍ରସଙ୍ଗ ଉଠାଇ ମୋଦି କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *