pk mishra, shaktikanta das to visit odisha
ଓଡିଶା ଆସିବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଦୁଇ ଓଡ଼ିଆ ପୁଅ ପିକେ ମିଶ୍ର ଓ ଶକ୍ତିକାନ୍ତ ଦାସ ।
 
ଆଜି ସନ୍ଧ୍ୟା ୭ଟା ୫୫ରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ ଭୁବନେଶ୍ୱର ଆସୁଥିବାବେଳେ ଆସନ୍ତା କାଲି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ-୨ ପିକେ ମିଶ୍ର ଓଡିଶା ଗସ୍ତରେ ଆସିବେ । ଆସନ୍ତାକାଲି ସେ ଘଟଗାଁ ତାରିଣୀଙ୍କ ଦର୍ଶନ କରିବାର ଯୋଜନା ରହିଛି ।
 
କହିରଖୁଛୁ ଯେ ପୂର୍ବରୁ ଗୁଜରାଟ କ୍ୟାଡରର ପୂର୍ବତନ ଆଇଏଏସ ଓ ଓଡ଼ିଆ ପୁଅ ପି.କେ.ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଦାୟିତ୍ୱ ପଦରେ ନିଯୁକ୍ତି ହୋଇଥିବାବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଗତ ଫେବୃଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଛି ।

By Nirvay

Leave a Reply

Your email address will not be published. Required fields are marked *