ଆଜି ଏକଦିନିକିଆ ଗସ୍ତରେ ଆଜି ଓଡିଶାରେ ପହଞ୍ଚିଲେ କେନ୍ଦ୍ର ସଡ଼କ, ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିଛନ୍ତି ନୀତିନ । ଗଡକାରୀଙ୍କୁ ବିମାନବନ୍ଦରରୁ ସ୍ବାଗତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିଥିଲେ। ଆଜି କଟକ ଓ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଦିନିକିଆ ଓଡ଼ିଶା ଗସ୍ତରେ ଆସି ଗଡ଼କରୀ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ.ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏହି ଉତ୍ସବରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏବଂ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ରହିବେ । ଏହାପରେ ବରମୁଣ୍ଡା ପଡିଆରେ ଉପସ୍ଥିତ ହୋଇ ଏକ କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହିତ ୧୯ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରିବେ । ଏହି ପ୍ରକଳ୍ପର ମୂଲ୍ୟ ୪ ହଜାର କୋଟିରୁ ଅଧିକ ଟଙ୍କା ରହିଛି । ତନ୍ମଧ୍ୟରୁ ୧୩ ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି । ୮୪୧ କୋଟି ବ୍ୟୟରେ ନିର୍ମିତ ଦୁଇ ଜାତୀୟ ରାଜପଥର ଲୋକାର୍ପଣ କରିବେ ନୀତିନ । Post navigation ଆଜି ବିଜୁ ପଟ୍ଟନାୟଙ୍କ ୨୮ତମ ଶ୍ରାଦ୍ଧ ଦିବସ; ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ନବୀନ ପଟ୍ଟନାୟକ