Biju Patnaik's death anniversary to be celebrated across Odisha
ଆସନ୍ତାକାଲି ରାଜ୍ୟବ୍ୟାପୀ ବିଜୁ ପଟ୍ଟନାୟକଙ୍କ ୨୮ତମ ତିରୋଧାନ ଦିବସ ପାଳିବ ବିଜେଡି । ୧୪୭ଟି ନିର୍ବାଚନ ମଣ୍ଡଳୀ ଓ ଶଙ୍ଖ ଭବନରେ ତିରୋଧାନ ଦିବସ ପାଳନ ହେବ ।
 
ଓଡ଼ିଆ ଜାତି ପାଇଁ ବିଜୁ ବାବୁଙ୍କ ଅବଦାନକୁ ସ୍ମରଣ କରାଯିବ । ନବଓଡ଼ିଶା ଗଠନରେ ବିଜୁବାବୁଙ୍କ ଅବଦାନ ସମ୍ପର୍କରେ ଆଲୋଚନା ହେବ । ଏହାସହିତ ବିଜୁ ଜନତା ଦଳର ରାଜ୍ୟ ମୁଖ୍ୟାଳୟ ଶଙ୍ଖ ଭବନଠାରେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ପ୍ରବାଦ ପୁରୁଷଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧା ସୁମନ ଅର୍ପଣ କରିବେ ।
 
ବଲାଙ୍ଗୀର ପାଟଣାଗଡ଼ରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ଜାଳି ଦେବା ଘଟଣାକୁ ନେଇ ସମ୍ୱଲପୁରରେ ବିଜେଡି ନେତା ରୋହିତ ପୂଜାରୀଙ୍କ ପ୍ରତିନିଧିତ୍ଵରେ ପ୍ରତିବାଦ କରାଯାଉଥିବାବେଳେ ପୋଲିସ, ସରକାରୀ ଦଳର ହାତବାରିଶୀ ସାଜି ଯାହା କଲା ତାହାକୁ ଦୃଢ ଭାବେ ବିଜେଡି ନିନ୍ଦା କରୁଛି ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା ।

By Nirvay

Leave a Reply

Your email address will not be published. Required fields are marked *