ନବୀନଙ୍କୁ ଚିଠି ଲେଖିଲେ ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ସାଂଗଠନିକ ନିର୍ବାଚନ ପ୍ରକ୍ରିୟାବେଳେ ରାଜାଙ୍କ ଚିଠି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସଂଗଠନରେ ସଂରକ୍ଷଣ ନେଇ ନବୀନଙ୍କୁ ପ୍ରସ୍ତାବ ଦେଇଛନ୍ତି ରାଜା । ସେ ଚିଠିରେ ଲେଖିଛନ୍ତି ବିଜେଡି ସାମାଜିକ ନ୍ୟାୟ, ଧର୍ମ ନିରପେକ୍ଷତା, ଆଞ୍ଚଳିକ ସନ୍ତୁଳନକୁ ନେଇ ବଢ଼ିବା ଉଚିତ। ଏସ୍‌ସି, ଏସ୍‌ଟି, ଓବିସି, ସଂଖ୍ୟାଲଘୁ ଓ ମହିଳାଙ୍କୁ ସେମାନଙ୍କ ସଂଖ୍ୟା ଅନୁପାତରେ ବିଜେଡିର ରାଜ୍ୟ, ଜିଲ୍ଲା ଓ ବ୍ଳକ୍ କମିଟିରେ ସ୍ଥାନ ମିଳୁ  ।

ସେ ଆଉ ମଧ୍ୟ ଲେଖିଛନ୍ତି କିଛି ଲୋକଙ୍କୁ ଦଳର ସଂଗଠନକୁ ହାଇଜାକ କରିବାକୁ ନଦିଆଯାଉ । ୱାକଫ୍ ବିଲ୍‌ ବିବାଦ ଆମର ଧର୍ମନିରପେକ୍ଷତାରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି । ତେଣୁ ଧର୍ମନିରପେକ୍ଷ ଓ ସାମାଜିକ ନ୍ୟାୟ ଆଦର୍ଶକୁ ଉଜ୍ଜୀବିତ ରଖିବାକୁ ଉଚିତ ପଦକ୍ଷେପ ନିଆଯାଉ। ଧର୍ମ ନିରପେକ୍ଷତା ଓ ନ୍ୟାୟ ଆଦର୍ଶକୁ ଉଜ୍ଜୀବିତ ପାଇଁ ପଦେଷକ୍ଷପ ନିଆଯାଉ। ଏହାରି ମଧ୍ୟରେ ବର୍ତ୍ତମାନ ବିଜେଡିରେ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ରାଜାଙ୍କ ଏଭଳି ଚିଠି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଦଳକୁ କିଏ ହାଇଜାକ୍ କରିବାକୁ ଚେଷ୍ଟା କରୁଛି ସେନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *