ରାଜ୍ୟରେ କଲବଲ କରୁଥିବା ଖରା ତାତିରୁ ମିଳିବ ଆଶ୍ୱସ୍ତି। ଆଗାମୀ ଦୁଇ ଦିନ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୂମାନ। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ଥିବାରୁ ତାତିର ପ୍ରଭାବ କମିବ। ଲଗାତାର ସପ୍ତାହେ ଧରି ଜାରି ରହିଥିବା ତାତି ଓ ଗୁଳୁଗୁଳିରୁ କିଛିକାଂଶରେ ମୁକ୍ତି ମିଳିବାର ସମ୍ଭାବନା ରହିଛି।
କାଳବେଶାଖୀ ବର୍ଷାକୁ ନେଇ ୯ଟି ଜିଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୫ଟି ଜିଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ରାୟଗଡା, ନବରଙ୍ଗପୁର ଓ କୋରାପୁଟକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ବରଗଡ, ସୋନପୁର, ବଲାଙ୍ଗିର, ନୂଆପଡା ଓ ମାଲକାନାଗିରି ୟେଲୋ ଆଲର୍ଟ ଜାରି ହୋଇଛି । କାଳବୈଶାଖୀ ସମୟରେ ଅନେକ ସ୍ଥାନରେ ପବନର ବେଗ ୫୦ରୁ ୬୦ କିମି ରହିବା ସହ କୁଆପଥର ବର୍ଷା ମଧ୍ୟ ହେବ। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨ ଦିନ ପର୍ଯ୍ୟନ୍ତ ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାପାଇଁ ସତର୍କ ସୂଚନା ଜାରି କରାଯାଇଛି।