ଓଡ଼ିଶାରୁ ଚୀନ ଯାଉଛି ଲୁହାପଥର । ଓଡିଶାରୁ ଯେତେ ଲୁହାପଥର ବିଦେଶକୁ ରପ୍ତାନି ହୋଇଛି ତାହା ମୁଖ୍ୟତଃ ଚୀନ୍‍କୁ ହିଁ ଯାଉଛି । ଆଜି ବିଧାନସଭା ଗୃହରେ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନ କେଉଁ ଦେଶକୁ କେତେ ଲୁହାପଥର ରପ୍ତାନୀ ହୋଇଛି ଓ କେତେ ରାଜସ୍ୱ ଆଦାୟ ହୋଇଛି ।

ଏହାର ଉତ୍ତରରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ଲିଖିତ ଉତ୍ତରରେ କହିଛନ୍ତି । ୩ ବର୍ଷରେ ୨୪ ଶହ ୧୮ କୋଟି ୮୫ ଲକ୍ଷ ରାଜସ୍ବ ଆଦାୟ ହୋଇଛି । ସେହିପରି ୪ କୋଟି ୧୮ ଲକ୍ଷ ୭୯ହଜାର ମେଟ୍ରିକ ଟନ ଲୁହା ପଥର ରପ୍ତାନୀ ହୋଇଛି । ଏହା ସହ ୨୦୨୨-୨୩ରେ ରାଜସ୍ବ ଆଦାୟ ୩୧୨ କୋଟି ୮ଲକ୍ଷ ଟଙ୍କା ।

Leave a Reply

Your email address will not be published. Required fields are marked *