ଆଜିଠୁ ମାଟ୍ରିକ୍‌ ପରୀକ୍ଷା ଖାତା ମୂଲ୍ୟାୟନ । ପ୍ରାୟ ୧୩ ଦିନ ଧରି ଚାଲିବ ଏହି ଖାତାଦେଖା । ଏଥିଲାଗି ସମସ୍ତ ମୂଲ୍ୟାୟନ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସକାଳ ୧୦ ଟାରୁ ଖାତା ଦେଖା ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ୪୫ ଟି ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷା ଖାତା ଦେଖାଯିବ । ଏଥିପାଇଁ ୧୨ ହଜାର ୮ ଶହ ହାଇସ୍କୁଲ୍ ଶିକ୍ଷକ ଓ ଶିକ୍ଷୟିତ୍ରୀ ମୂଲ୍ୟାୟନରେ ନିୟୋଜିତ ହୋଇଛନ୍ତି । ଛାତ୍ରଛାତ୍ରୀଙ୍କ ଖାତା ମୂଲ୍ୟାଙ୍କନ ପରେ ରେଜଲ୍ଟ ବାହାରିବ ।

ସୂଚନା ଯୋଗ୍ୟ; ଚଳିତବର୍ଷ ରାଜ୍ୟର ମୋଟ ୫,୨୨,୩୩୬ ପରୀକ୍ଷାର୍ଥୀ ଦଶମ ବାର୍ଷିକ ପରୀକ୍ଷା ଦେବାକୁ ଫର୍ମପୂରଣ କରିଥିଲେ ।

Leave a Reply

Your email address will not be published. Required fields are marked *