ବିଶିଷ୍ଟ କବି ରମାକାନ୍ତ ରଥଙ୍କ ପରଲୋକ। ୯୦ ବର୍ଷ ବୟସରେ ଭୁବନେଶ୍ୱର ଖାରବେଳ ନଗର ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି । ପଦ୍ମଭୂଷଣ ରମାକାନ୍ତ ରଥ ଓଡ଼ିଆ ସାହିତ୍ୟ ଜଗତର ଜଣେ ଆଧୁନିକ କବି ଭାବେ ବେଶ ଲୋକପ୍ରିୟ ଥିଲେ । ସନ୍ଦିଗ୍ଧ ମୃଗୟା, ସପ୍ତମ ଋତୁ, ସଚିତ୍ର ଅନ୍ଧାର, ଶ୍ରୀରାଧା ପାଇଁ ସେ ପରିଚିତ ଥିଲେ ।

ସୂଚନା ଯୋଗ୍ୟ; ଇଂରାଜୀରେ ରେଭେନ୍ସା କଲେଜରୁ ଏମ.ଏ. କରିବା ପରେ ୧୯୫୭ରେ ଭାରତୀୟ ପ୍ରଶାସନିକ ସେବା ଯୋଗଦେଇଥିଲେ । ସେ ନିଜର କବିତା ପାଇଁ ବହୁ ସମ୍ମାନର ଅଧିକାରୀ ହୋଇଥିଲେ । ସନ୍ଦିଗ୍ଧ ମୃଗୟା, ସପ୍ତମ ଋତୁ, ସଚିତ୍ର ଅନ୍ଧକାର ଏବଂ ଶ୍ରୀରାଧା ଆଦି କବିତା ଗୁଡିକ ପାଇଁ ସେ କବିତା ପ୍ରେମୀ ମହଲରେ ବେଶ ଜଣାଶୁଣା ଥିଲେ । ସପ୍ତମ ଋତୁ କବିତା ପାଇଁ ସେ ତାଙ୍କୁ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା । ୧୯୮୪ରେ ପ୍ରକାଶ ପାଇଥିଲା ଚର୍ଚ୍ଚିତ କାବ୍ୟ ଗ୍ରନ୍ଥ ‘ଶ୍ରୀରାଧା’ । ଯାହା ଓଡିଆ ସାହିତ୍ୟରେ ଏକ ମାଇଲଖୁଣ୍ଟ ହୋଇ ରହିଛି । ଓଡିଆ ଭାଷା ସାହିତ୍ୟର ମଡର୍ଣ୍ଣ ଏପିକ୍ ଭାବେ ପରିଚିତ ଏହି କାବ୍ୟ ପାଠକଙ୍କ ଅତି ପ୍ରିୟ । ଏହି କ୍ଲାସିକ ସୃଷ୍ଟି ପାଇଁ ରମାକାନ୍ତ ୧୯୯୨ରେ ପାଇଛନ୍ତି ସମ୍ମାନଜନକ ସରସ୍ବତୀ ସମ୍ମାନ । ସେ ୧୯୯୩ ମସିହାରୁ ୧୯୯୮ ମସିହା ପର୍ଯ୍ୟନ୍ତ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀର ଉପସଭାପତି ଓ ପରେ ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ୧୯୯୨ ମସିହାରେ ସେ ପ୍ରଶାସନିକ ସେବାରୁ ଅବ୍ୟାହତି ନେଇଥିଲେ । ସେ ୨୦୦୬ ମସିହାରେ ପଦ୍ମ ଭୂଷଣ ସମ୍ମାନର ଅଧିକାରୀ ହୋଇଥିଲେ ।

Leave a Reply

Your email address will not be published. Required fields are marked *