ଅଣ ଆଦିବାସୀଙ୍କୁ ବିବାହ କରିବାରୁ ବାସନ୍ଦ ହେଲେ ପ୍ରଦୀପ ମାଝୀ । ବିଜେଡି ନେତା ପ୍ରଦୀପ ମାଝୀ ଭତରା ସମାଜରୁ ବାସନ୍ଦ କରାଯାଇଛି । ୧୨ ବର୍ଷ ପାଇଁ ବାସନ୍ଦ କଲା ଭତରା ସମାଜର କେନ୍ଦ୍ରୀୟ କମିଟି । ପ୍ରଦୀପ ମାଝୀ ଓ ତାଙ୍କ ପରିବାରକୁ ବାସନ୍ଦ ପାଇଁ ଧାମନାଗୁଡ଼ା ବୈଠକରେ କେନ୍ଦ୍ରୀୟ କମିଟିର ନିଷ୍ପତ୍ତି ହୋଇଛି। ତେବେ ବାସନ୍ଦ ନିଷ୍ପତ୍ତି ନେଇ ପ୍ରଦୀପ ମାଝୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ସୂଚନା ଯୋଗ୍ୟ; ଗତ ୧୨ ତାରିଖ ବୁଧବାର ପ୍ରଦୀପ କୁମାର ମାଝୀ ସାମ୍ବାଦିକା ସୁଶ୍ରୀ ସଙ୍ଗୀତା ସାହୁଙ୍କ ସହ ବିବାହ କରିଛନ୍ତି। ଗୋଆରେ ଧୁମ୍ଧାମ୍ରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । Post navigation ପୁଣି ମାତିଲେ ଭଣ୍ଡ ସାରଥିଙ୍କ ଅନୁଗାମୀ; ଜଗନ୍ନାଥଙ୍କ ପ୍ରତିମା ପାଖରେ ସାରଥିଙ୍କ ଫଟୋ ରଖି କଲେ ପୂଜାର୍ଚ୍ଚନା