ଖୁବଶୀଘ୍ର ଘୋଷଣା ହେବ ଭାଜପା ନୂଆ ରାଜ୍ୟ ସଭାପତି ନାଁ। ଏ ନେଇ ଆଜି ସୂଚନା ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାାଦକ ତରୁଣ ଚୁଗ । ସେ କହିଛନ୍ତି ସୋମବାର ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ନୂଆ ରାଜ୍ୟ ସଭାପତି ନାଁ ପାଇଁ ଆଲୋଚନା ହୋଇଛି। ଏବଂ ଖୁବଶୀଘ୍ର ଏନେଇ ନାଁ ଘୋଷଣା ହେବ । ସୂଚନା ଯୋଗ୍ୟ; ସୋମବାର ଦିନ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ଏହି ବୈଠକରେ ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗଙ୍କ ସମେତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତି, ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଉପସ୍ଥିତି ରହିଥିଲେ। Post navigation ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟ ଉପରେ ମତାମତ ଦେବେ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ଚୋରା ବାଲି ମାଫିଆଙ୍କ ବିରୋଧରେ ଓଡିଶା ପୋଲିସର କଡା କାର୍ଯ୍ୟାନୁଷ୍ଠାନ