ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ଏହି ଅବସରରେ ଆଜି ଶଙ୍ଖ ଭବନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯୋଗ ଦେଇ ଦେଶ ଜାତି ପ୍ରତି ବିଜୁ ବାବୁଙ୍କ ଅବଦାନ ସ୍ମରଣ କରିବା ସହ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି । ସେ କହିଛନ୍ତି ବିଜୁବାବୁଙ୍କୁ ଅସମ୍ମାନ କରିଛନ୍ତି ରାଜ୍ୟ ବିଜେପି ସରକାର । ସରକାର ଆସିବେ ଓ ଯିବେ କିନ୍ତୁ ଓଡ଼ିଆଙ୍କ ମନରେ ବିଜୁବାବୁ ସବୁବେଳେ ରହିବେ । ବିଜୁବାବୁଙ୍କ ଅବଦାନକୁ ନ୍ୟୁନ କରିବାକୁ ଚେଷ୍ଟା ହେଉଛି । କିନ୍ତୁ ସେଥିରେ ସଫଳ ହେବେ ନାହିଁ । ବିଜୁବାବୁ ଜାତୀୟ ନେତା ନୁହନ୍ତି ସେ ଅନ୍ତର୍ଜାତୀୟ ନେତା । ବିଜୁ ବାବୁ ଥିଲେ ଟଲ୍ ମ୍ୟାନ, ଲାର୍ଜ ହାର୍ଟ। କିନ୍ତୁ ତାଙ୍କ ଲିଗାସିକୁ ଲିଭାଇବାକୁ ଚାହୁଁଛନ୍ତି ରାଜ୍ୟର ବିଜେପି ସରକାର।

ସେ ଆଉ ମଧ୍ୟ କହିଛନ୍ତି ୩୦ ବର୍ଷ ଧରି ରାଜ୍ୟ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରୁଛନ୍ତି। ଏବେ କିନ୍ତୁ ବିଜେପି ସରକାର ପଞ୍ଚାୟତିରାଜ ଦିବସକୁ ବଦଳାଇ ଦେଲେ। କିନ୍ତୁ ଲୋକଙ୍କ ହୃଦୟକୁ ପରିବର୍ତ୍ତନ କରିପାରିବ ନାହିଁ। ପାରାଦୀପ ପୋର୍ଟ ବଦଳାଇ ପାରିବ କି ସୁନାବେଡା ହାଲ୍ କୁ ବନ୍ଦ କରିପାରିବେ କି, ଏନଟିପିସି ବନ୍ଦ କରିପାରିବେ କି ।

ସୂଚନା ଯୋଗ୍ୟ; ପ୍ରତିବର୍ଷ ରାଜ୍ୟରେ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଇଥିଲା । କିନ୍ତୁ ଚାଳିତ ବର୍ଷ ନୂଆ ରାଜ୍ୟ ସରକାର ଆସିବା ପରେ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ପରିବର୍ତ୍ତେ ଏପ୍ରିଲ ୨୪ ରେ ପଞ୍ଚାୟତିରାଜ ଦିବସ ପାଳନ କରାଯିବ ବୋଲି ନିଷ୍ପତି ନିଆଯାଇଛି।

Leave a Reply

Your email address will not be published. Required fields are marked *