ରାଜ୍ୟରେ ପଞ୍ଚାୟତିରାଜ ଦିବସ ଗତ ପ୍ରାୟ ୩ ଦଶନ୍ଧି ଧରି ମାର୍ଚ୍ଚ ୫ରେ ପାଳିତ ହୋଇଆସୁଥିବା ବେଳେ, ରାଜ୍ୟ ସରକାର ଏହାକୁ ମାର୍ଚ୍ଚ ୫ ରେ ନକରି ଏପ୍ରିଲ ୨୪ ତାରିଖରେ ପାଳନ କରିବା ନିଷ୍ପତି ନେଇଛନ୍ତି । ବିଜେଡି ତରଫରୁ ମାର୍ଚ୍ଚ ୫ ତାରିଖରେ ବିଜୁ ବାବୁଙ୍କ ଜୟନ୍ତୀ ରାଜ୍ୟବ୍ୟାପୀ ପାଳିତ ହେବ ଓ ମାର୍ଚ୍ଚ ୬ ତାରିଖ ଦିନ ବିଜେଡି ତରଫରୁ ରାଜ୍ୟବ୍ୟାପି ପ୍ରତିବାଦ ସଭା ଆୟୋଜିତ ହେବ ବୋଲି ପ୍ରେସମିଟ୍ କରି ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ସୂଚନା ଦେଇଛନ୍ତି । ସରକାରୀ କ୍ୟାଲେଣ୍ଡରରେ ମାର୍ଚ୍ଚ ୫ ଛୁଟି କଥା ଉଲ୍ଲେଖ ରହିଥିବାବେଳେ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ପରିବର୍ତ୍ତନର ବିରୋଧ କରାଯିବ ବୋଲି ବିଜେଡି କହିଛି । ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କୁ କାଲିର ଉତ୍ସବକୁ ଆସିବା ପାଇଁ ୱାଟ୍ସପରେ ନିମନ୍ତ୍ରଣ କରିବା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି । Post navigation ରାଜନୈତିକ ସ୍ୱାର୍ଥ ପାଇଁ ପଞ୍ଚାୟତିରାଜ ଦିବସକୁ ବିଭ୍ରାନ୍ତି କରିଥିଲା ବିଜେଡି: ଅନିଲ ବିଶ୍ୱାଳ