ଉତ୍କଳ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା । ବିଶ୍ୱବିଦ୍ୟାଳୟରେ ଜୟ ଭୀମ ଛାତ୍ର ସଂଗଠନକୁ ବିରୋଧ କରିଛନ୍ତି । ମାଡ ମାରିଥିବା ଭୟଭୀମ ସଦସ୍ୟଙ୍କୁ ଗିରଫ ଦାବି କରାଯାଇଛି । ଏବିଭିପି, ଛାତ୍ର କଂଗ୍ରେସ ଓ ଅନ୍ୟାନ୍ୟ ଛାତ୍ର ସଂଗଠନର ବିରୋଧ। ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ପ୍ରତିବାଦ ପ୍ରଦର୍ଶନ କରାଯାଇଥିବା ଦେଖାଯାଇଛି । କାଲି ଜୟ ଭୀମ ସଂଗଠନ ଓ ବିଶ୍ବବିଦ୍ୟାଳୟ ଛାତ୍ରଙ୍କ ଭିତରେ ବଚସା ବେଳେ ଆଜି ସମାଧାନ ପାଇଁ ପଚରାଉଚରା ବେଳେ ଗଣ୍ଡଗୋଳରେ ୮ ଆହତ ହୋଇଥିବା ଜଣାପଡିଛି । ଆକ୍ରମଣରେ ଆହତ ହୋଇଥିବା ଛାତ୍ର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହା ସହ ମାଡ଼ ମାରିଥିବା ଜୟ ଭୀମ ସଂଗଠନ ଛାତ୍ରଙ୍କ ଗିରଫ ଦାବି କରାଯାଇଛି । ଏହାପରେ ଘଟଣାସ୍ଥଳରେ ୪ ପ୍ଲାଟୁନ ପୋଲିସ ଓ ୨ ଏସପି ମୁତୟନ ଅଛନ୍ତି । Post navigation ପଞ୍ଚାୟତିରାଜ ଦିବସ ତାରିଖ ପରିବର୍ତ୍ତନ ମାମଲା: ମୁହାଁ ମୁହିଁ ହେଲେ ବିରୋଧି ଓ ଶାସକ ଦଳ ନେତା ବିଜୁ ପଟ୍ଟନାୟକ ଜୟନ୍ତୀ ଉତ୍ସବରେ ଯୋଗ ଦେବାକୁ ନବୀନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ