ଲାଞ୍ଚ ନେଇ ଧରାପଡ଼ିଛନ୍ତି ସରକାରୀ ବାବୁ । ଚାଷୀଙ୍କ ପାଖରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡ଼ିଲେ କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ କୁନ୍ଦୁଲି ଲ୍ୟାମ୍ପ ଶାଖା ଦାୟିତ୍ୱରେ ଥିବା ସତ୍ୟରଞ୍ଜନ ଚାଲାଣ। ଜଣେ ମାଣ୍ଡିଆ ଚାଷୀଙ୍କ ପାଖରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବାବେଲେ ଧରାପଡ଼ିଛନ୍ତି । ତାଙ୍କର ଦୁଇଟି ଠିକଣାରେ ଚଢ଼ଉ କରାଯାଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଯୋଗ୍ୟ; ସତ୍ୟରଞ୍ଜନ ଚାଲାଣ ଜଣେ ଚାଷୀଙ୍କଠାରୁ ମାଣ୍ଡିଆ କିଣିବାକୁ ବସ୍ତା ପିଛା ୪୫ ଟଙ୍କା ନେବାକୁ କହିଥିଲେ । ୧୧୭ଟି ବସ୍ତା ପାଇଁ ୩ ହଜାର ଟଙ୍କା ଲାଞ୍ଚ ଦେବାକୁ କହିଥିଲେ । ଲାଞ୍ଚ ନ ଦେଲେ ମାଣ୍ଡିଆ କିଣାହେବ ନାହିଁ ବୋଲି ସତ୍ୟରଞ୍ଜନ ସମ୍ପୃକ୍ତ ଚାଷୀଙ୍କୁ କହିଥିଲେ । ଏନେଇ ଚାଷୀ ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଏହା ପରେ ସତ୍ୟରଞ୍ଜନଙ୍କୁ ଧରିବାକୁ ଭିଜିଲାନ୍ସ ଟିମ୍ ଯୋଜନା ପ୍ରସ୍ତୁତ କରିଥିଲେ । ପୂର୍ବ ଯୋଜନା ମୁତାବକ ଚାଷୀ ଜଣକ ଟଙ୍କା ଦେଉଥିବାବେଳେ ଭିଜିଲାନ୍ସ ତାଙ୍କୁ ଧରିବାରେ ସଫଳ ହୋଇଥିଲା । Post navigation ପଞ୍ଚଭୂତରେ ଲୀନ ହେଲେ ଉତ୍ତମ ମହାନ୍ତି; ଦିଆଗଲା ଗାର୍ଡ ଅଫ୍ ଅନର୍ ଅପରିବର୍ତ୍ତିତ ରହିଲା ଇଫିଏଫଓ ସୁଧହାର