ବଲାଙ୍ଗିର କଣ୍ଟାବାଞ୍ଝି ବ୍ଲକ ଅନ୍ତର୍ଗତ ମୁରିବାହାଲ ହଳଦୀ ହାଇସ୍କୁଲରେ ମାଟ୍ରିକ ପରୀକ୍ଷା ପରିଚାଳନାରେ ଅବହେଳା ପାଇଁ ସେଣ୍ଟର ଅଧିକ୍ଷକଙ୍କ ସହ ୫ ଶିକ୍ଷକଙ୍କୁ ନିଲମ୍ୱିତ କରାଯାଇଛି। ମାଟ୍ରିକ୍ ପରୀକ୍ଷାରେ କପି ସହ ପରୀକ୍ଷା କେନ୍ଦ୍ରରେ ଅନିୟମିତତା ଅଭିଯୋଗ ପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ବଲାଙ୍ଗିର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ଶିକ୍ଷା ଅଧିକାରୀ ମୁରିବାହାଲ ବ୍ଳକର ୬ ଜଣ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି । ସୂଚନା ଯୋଗ୍ୟ, ଫେବୃୟାରୀ ୨୭ରେ ମାଟ୍ରିକ ପରୀକ୍ଷାର ଇଂରାଜୀ ବିଷୟ ପରୀକ୍ଷା ଚାଲିଥିବା ବେଳେ ଟିଟିଲାଗଡ ଉପଜିଲ୍ଲାପାଳ ରେହନ କ୍ଷେତ୍ରୀ ହଳଦୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ । ଏହି ସମୟରେ ଉପଜିଲ୍ଲାପାଳ ପରୀକ୍ଷା କେନ୍ଦ୍ରରେ କପି କରାଯାଉଥିବା ଦେଖିବାକୁ ପାଇଥିଲେ । ଏହାପରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳଙ୍କୁ ରିପୋର୍ଟ୍ ଦେଇଥିଲେ । ରିପୋର୍ଟ ଅନୁସାରେ ହଳଦୀ ଉଚ୍ଚ ବିଦ୍ୟାଳୟର ଅଧିକ୍ଷକଙ୍କ ସହ ୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଛି । Post navigation ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆଜି ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ସରିଲା ମହାକୁମ୍ଭ; ଅରେଲୀ ଘାଟରେ ଝାଡ଼ୁ ଧରି ସଫା କଲେ ଯୋଗୀ