ମାର୍ଚ୍ଚ ମାସ ଶେଷ ସୁଦ୍ଧା ଶେଷ ହୋଇ ପାରିବନି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ। ମରାମତି କାର୍ଯ୍ୟରେ ବିଳମ୍ବ ହେବା ନେଇ ଆଜି ସୂଚନା ଦେଉଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ସେ କହିଛନ୍ତି ଧାର୍ଯ୍ୟ ଦିନରୁ ରତ୍ନଭଣ୍ଡାର ମରାମତି କାମ ବିଳମ୍ବ ହେଉଛି । କାମ ବିଳମ୍ବ ହେଉଥିବାରୁ ମାର୍ଚ୍ଚ ସୁଦ୍ଧା ମରାମତି କାର୍ଯ୍ୟ ଶେଷ ହେବ ନାହିଁ ଏବଂ ଗଣତି ମଣତି ମଧ୍ୟ ହୋଇପାରିବ ନାହିଁ । କେତେ ଦିନ ମରାମତି କାମ ସରିବ ସେ ନେଇ ଆକଳନ କରାଯାଇ ପାରୁ ନାହିଁ । କିନ୍ତୁ ମରାମତି କାମକୁ ଆହୁରି ମାସେ କିମ୍ବା ଦୁଇ ମାସ ସମୟ ଲାଗିବ । ଯେତିକି ଆକଳନ କରାଯାଇଥିଲା, ତାଠୁ ଅଧିକ ମରାମତି ଆବଶ୍ୟକ ରହିଛି । ତେବେ ରଥଯାତ୍ରା ପୂର୍ବରୁ ଗଣତି ମଣତି ପ୍ରକ୍ରିୟା ଶେଷ କରିବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।

Leave a Reply

Your email address will not be published. Required fields are marked *