ବିଧାନସଭା ବଜେଟ୍ ଅଧିବେଶନର ଆଜି ତୃତୀୟ ଦିନ । ତେବେ ଶନିବାର ଦିନ ବିଧାନସଭା ଆରମ୍ଭରୁ ଗୃହରେ ଅଚଳାବସ୍ଥା ଦେଖାଦେଇଛି । ପ୍ରବଳ ହଟ୍ଟଗୋଳ କାରଣରୁ ମଧ୍ୟାହ୍ନ ୧୨ଟା ଯାଏଁ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗରେ କଂଗ୍ରେସ ବିଧାୟକ ହୋହଲ୍ଲା କରିଥିବାବେଳେ ଚାଷୀ ସମସ୍ୟା ପ୍ରସଙ୍ଗରେ ବିଜେଡି ବିଧାୟକଙ୍କ ହଟ୍ଟଗୋଳ କରିଥିଲେ । ଫଳରେ ଗୃହରେ ସ୍ଥିତି ସ୍ୱାଭାବିକ ନହେବାରୁ ବାଚସ୍ପତି ଗୃହକୁ ମୁଲତବୀ ରଖିଲେ । Post navigation ପୁଣି ଜୀବନ ନେଲା ‘ମୋ ବସ୍’; ଧକ୍କାରେ ମହିଳା ମୃତ କଂଗ୍ରେସକୁ ଫେରିଲେ ବରିଷ୍ଠ ନେତା ସୁର ରାଉତରାୟ