କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ଏଡିଇଓ (Accountant cum Data Entry Operator) ପାର୍ଥସାରଥୀ ବିଷୋୟୀଙ୍କ ପାଖରୁ ମିଳିଲା କୋଟି କୋଟି ଟଙ୍କାର ଅମାପ ସମ୍ପତ୍ତି । ଭିଜିଲାନ୍ସ ପକ୍ଷରୁ ଆଜି ସକାଳୁ ହୋଇଥିବା ଚଢ଼ଉରେ ଏହି ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିର ସୂଚନା ମିଳିଛି । ୧୫ଟି ପ୍ଲଟ୍ ସହିତ ରଖିଛନ୍ତି ଟ୍ରାକ୍ଟର୍ ଠାରୁ ଆରମ୍ଭ କରି ମିକ୍ସଚର୍ ମେସିନ୍ ।

ଏଡିଇଓଙ୍କ ପାଖରେ ଅଛି ୨ଟି ସିମେଣ୍ଟ ଗୋଳା ମିକ୍ସଚର୍ ମେସିନ୍, ୨ଟି ଧାନ ବାଡ଼ା ମେସିନ୍, ୩ଟି ଟ୍ରାକ୍ଟର୍, ଗୋଟିଏ ପାଣି ଟ୍ୟାଙ୍କର୍, ବୋଲେରୋ ଏବଂ ୩ଟି ବାଇକ୍ । ସେହିପରି ଘରୁ ଯାଞ୍ଚବେଳେ ମିଳିଛି ୨୮୫ ଗ୍ରାମ୍ ସୁନା ଓ ୭୦୬ ଗ୍ରାମ ରୁପା ସହିତ ୨ ଲକ୍ଷ ୪୫ ହଜାର ନଗଦ ଟଙ୍କା ।

ଏହା ସହ ତାଙ୍କର କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍ ପାଇଲୋ ସାହିରେ ଗୋଟିଏ ତିନି ମହଲା କୋଠା ଏବଂ ଚମ୍ପିଆରେ ୨ଟି କୋଠା ରହିଛି । ସେହିପରି ବୋରିଗୁମ୍ମା, ଚାମ୍ପିଆ ଏବଂ ନବରଙ୍ଗପୁର ଜିଲ୍ଲା ଗାନ୍ଧୀ ନଗରରେ ମୋଟ ୧୫ଟି ପ୍ଲଟ୍ ରହିଛି । ବୋରିଗୁମାର ପାଇଲୋସାହିରେ ୪୫୦୦ବର୍ଗଫୁଟ୍‌ର ୩ମହଲା କୋଠା । ଚମ୍ପିଆ ଗ୍ରାମରେ ୨୪୦୦ ବର୍ଗଫୁଟର କୋଠା । ଚମ୍ପିଆରେ ଅନ୍ୟ ଏକ କୋଠା । ଚମ୍ପିଆରେ ୮୬୬୧ ବର୍ଗଫୁଟର ସାଈକ୍ରିଷ୍ଣା ଏଣ୍ଟରପ୍ରାଇଜେସ କାଜୁ ପ୍ରଶସ୍ତୀକରଣ କାରଖାନା । ନବରଂଗପୁର ଜିଲ୍ଲା ଚମ୍ପିଆ, ବୋରିଗୁମା ଓ ଗାନ୍ଧିନଗର ୧୫ଟି ପ୍ଲଟ୍‌ ।

ସୂଚନା ଯୋଗ୍ୟ; ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଟିମ୍ ଏଡିଇଓଙ୍କର ୭ଟି ଠିକଣାରେ ଏକକାଳୀନ ଚଢ଼ଉ କରିଛି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅନ୍ତର୍ଗତ ଚମ୍ପିଆ ଗ୍ରାମରେ ଥିବା ନିଜ ଘର, ଭାଇ ଘର ଓ ସମ୍ପର୍କୀୟଙ୍କ ଘର, ଚମ୍ପିଆରେ ଥିବା କାଜୁ ପ୍ରୋସେସିଂ ୟୁନିଟ୍, ବୋଲିଗୁମ୍ମାରେ ଥିବା ତିନି ମହଲା କୋଠା ଏବଂ ବାଟସାନ ପଞ୍ଚାୟତ କାର୍ଯ୍ୟାଳୟରେ ଚଢ଼ଉ ଜାରି ରହିଛି ।

ଏଥିରେ ଭିଜିଲାନ୍ସର ୨ ଜଣ ସହକାରୀ ଏସପି, ୪ ଜଣ ଡିଏସପି, ୬ ଇନସ୍ପେକ୍ଟର୍, ୬ ଏସଆି ଏବଂ ଅନ୍ୟ ସହ କର୍ମଚାରୀ ଅଧିକାରୀ ସାମିଲ ଅଛନ୍ତି ।

Leave a Reply

Your email address will not be published. Required fields are marked *