ଛତିଶଗଡ଼ର ବିଜାପୁର ଜିଲ୍ଲାର ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଜାତୀୟ ଉଦ୍ୟାନ ଅଞ୍ଚଳ ଅନ୍ତର୍ଗତ ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ନକ୍ସଲବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ୧୨ ଜଣ ନକ୍ସଲ ନିହତ ହୋଇଛନ୍ତି। ଏହାସହ ଏଥିରେ ୨ ଜଣ ଯବାନ ସହିଦ ହୋଇଥିବା ବେଳେ ୪ ଜଣ ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ନିହତ ନକ୍ସଲଙ୍କ ସଂଖ୍ୟା ଆହୁରି ଅଧିକ ହୋଇପାରେ । ଏନକାଉଣ୍ଟର ସ୍ଥଳରୁ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଜବତ କରାଯାଇଛି ।

ସୂଚନା ଯୋଗ୍ୟ; ଜଙ୍ଗଲରେ ନକ୍ସଲମାନଙ୍କ ଚଳପ୍ରଚଳ ନେଇ ସୂଚନା ମିଳିବା ପରେ ଡିଆରଜି ଏବଂ ଏସ୍‌ଟିଏଫ୍‌ର ଯବାନମାନେ ଚର୍ଚ୍ଚ ପାଇଁ ବହରିଯାଇଥିଲେ।ବିଜାପୁର ଏବଂ ନାରାୟଣପୁର ସଂଲଗ୍ନ ମହାରାଷ୍ଟ୍ର ସୀମାନ୍ତ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଜଙ୍ଗଲରେ ରବିବାର ସକାଳେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଏହି ଏନକାଉଣ୍ଟରରେ ୧୨ରୁ ଅଧିକ ନକ୍ସଲ ନିହତ ହୋଇଥିବା ସୂଚନା ରହିଛି।

Leave a Reply

Your email address will not be published. Required fields are marked *