କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ ମ୍ୟାଚ୍ ଖେଳାଯିବ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରରେ ଭାରତ ଓ ଇଂଲଣ୍ଡ ଖେଳାଳିମାନେ ପହଞ୍ଚିଛନ୍ତି ।
ବିମାନବନ୍ଦରରୁ ହୋଟେଲ୍ ଏବଂ ସେଠାରୁ ବାରବାଟୀ ଯିବାପାଇଁ କଡା ସୁରକ୍ଷାର ବ୍ୟବସ୍ଥା କରାଯାଇଛି । ଖେଳାଳିଙ୍କୁ ଆଣିବା ପାଇଁ ସ୍ୱତନ୍ତ୍ର ବସର ବ୍ୟବସ୍ଥା କରାଯାଇଛି । ହୋଟେଲ ମେ’ ଫେୟାରରେ ଖେଳାଳି ମାନଙ୍କୁ ପାରମ୍ପରିକ ନୃତ୍ୟବାଦ୍ୟରେ ଭବ୍ୟ ସ୍ୱାଗତ କରାଯାଇଛି ।
ସୂଚନା ଅନୁଯାୟୀ ବାରବାଟୀ ଦିନିକିଆ ପାଇଁ ୫୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଆସନ୍ତାକାଲି ଅଭ୍ୟାସ କରିବେ ଦୁଇ ଟିମର ଖେଳାଳି ।