ମୋ ବସର ବେପରୁଆ ଗାଡ଼ି ଚାଳନା ପାଇଁ ଦିନକୁ ଦିନ ଦୁର୍ଘଟଣାର ଶିକାର ହେଉଛନ୍ତି ରାଜଧାନୀ ବସୀ। ଆଜି ସକାଳୁ ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ଅଞ୍ଚଳରେ ଜଣେ ନାବାଳିକା ଉପରେ ମାଡ଼ି ଯାଇଛି ମୋ ବସ୍ । ଫଳରେ ନାବାଳିକାର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି । ଏହି ଘଟଣା ପରେ CRUT ପକ୍ଷରୁ ମୃତ ପରିବାରକୁ ୨ ଲକ୍ଷ କ୍ଷତିପୂରଣ ଘୋଷଣା କରାଯାଇଛି । ଡ୍ରାଇଭରର ଭୁଲ ପାଇଁ ଦୁର୍ଘଟଣାକୁ କର୍ତ୍ତୃପକ୍ଷ ସ୍ବୀକାର କରିବା ପରେ ରାସ୍ତାରୋକ କରିଥିବା ଲୋକ ହଟିଛନ୍ତି।

ସୂଚନା ଯୋଗ୍ୟ;  ଆଜି ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ୧୨ ବର୍ଷର ନାବାଳିକା ଘରୁ ସାଇକେଲ ଯାଉଥିବା ବେଳେ ମୋ ବସ୍ ନାବାଳିକାଟିକୁ ଧକ୍କା ଦେଇ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ଫଳରେ କୁନି ଝିଅଟି ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି । ଏହା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଲୋକମାନେ ବାଉଁଶ ବାନ୍ଧି ରାସ୍ତା ଅବରୋଧ କରିବା ସହିତ ୩ଟି ମୋ ବସକୁ ଅଟକ ରଖିଥିଲେ।

Leave a Reply

Your email address will not be published. Required fields are marked *