ଭିନ୍ନ ଭିନ୍ନ ମଡେଲ୍‌ ଫୋନ୍‌ରେ ଭିନ୍ନ ଦରକୁ ନେଇ ଓଲା, ଉବେରକୁ ଦିଆଗଲା କାରଣ ଦର୍ଶାଅ ନୋଟିସ୍ । ଓଲା, ଉବେରକୁ ନୋଟିସ୍‌ ଜାରି କଲା ଭାରତ ସରକାରଙ୍କ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ । ଆଇଫୋନ୍ ଓ ଆଣ୍ଡ୍ରଏଡରେ ଭିନ୍ନ ଭିନ୍ନ ଦର ଦେଖାଉଥିବା ଅଭିଯୋଗ ପରେ ଏହାକୁ ଗୁରୁତ୍ବକୁ ନେଇଛି କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ ବା ସିସିପିଏ। ପ୍ରାଥମିକ ଯାଞ୍ଚରେ ମଧ୍ୟ ଫୋନ୍ ମଡେଲ୍ ଆଧାରରେ ଭିନ୍ନ ଭିନ୍ନ ଭଡ଼ା ଆପରେ ନଜର ଆସିଥିଲା । ଏହା ପରେ ଦରଧାର୍ଯ୍ୟ ପ୍ରକ୍ରିୟା ସମ୍ପର୍କରେ ବିବରଣୀ ଦାଖଲ କରିବାକୁ ଦୁଇ କମ୍ପାନୀଙ୍କୁ ନୋଟିସ୍ ଜାରି କରିଛି ଉପଭୋକ୍ତା ମନ୍ତ୍ରାଳୟ । ଏହା ସହ ଭଡ଼ା କ୍ଷେତ୍ରରେ ସ୍ବଚ୍ଛ ପ୍ରକ୍ରିୟା ଅବଲମ୍ବନ କରିବା ନେଇ ସବିଶେଷ ରିପୋର୍ଟ ମାଗିଛି ମନ୍ତ୍ରାଳୟ।

ବିଭିନ୍ନ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ମୂଲ୍ୟ ଭିନ୍ନ ଭିନ୍ନ କାହିଁକି ବୋଲି ମନ୍ତ୍ରଣାଳୟ ପ୍ରଶ୍ନ କରିଛି । ଏ ନେଇ ବିଜ୍ଞପ୍ତି ଜାରି କରି କ୍ୟାବ୍ ଏଗ୍ରିଗେଟରଙ୍କୁ ଏହାର ସ୍ପଷ୍ଟୀକରଣ ମାଗିଛି କେନ୍ଦ୍ର ।

ଦିଲ୍ଲୀର ଜଣେ ବ୍ୟବସାୟୀ ଓଲା ଓ ଉବର ଭଳି ରାଇଡ୍ ହେଲିଂ ଆପରେ ବିଭିନ୍ନ ମୂଲ୍ୟ ନିର୍ଦ୍ଧାରଣକୁ ନେଇ ଏକ ପୋଷ୍ଟ ସେୟାର କରିଥିଲେ । ପରବର୍ତ୍ତୀ ସମୟରେ ଉବର ଏହି ଅଭିଯୋଗକୁ ଖଣ୍ଡନ କରିଥିଲା । ଫୋନର ପ୍ରକାର ଉପରେ ଭଡ଼ାରେ କୌଣସି ପାର୍ଥକ୍ୟ ନାହିଁ ବୋଲି ଉବର କହିଥିଲା ।

Leave a Reply

Your email address will not be published. Required fields are marked *