ସୁଭଦ୍ରା ଯୋଜନାକୁ ନେଇ ଆଜି ଆଉ ଏକ ବଡ଼ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଓଡିଶାରେ ବସବାସ କରୁଥିବା ମହିଳାମାନଙ୍କ ପାଇଁ ରାଜ୍ୟ ସରକାର ସୁଭଦ୍ରା ଯୋଜନା ଲାଗୁ କରିଛନ୍ତି । ଏବେ ମାଇଗ୍ରାଣ୍ଟ ମହିଳା ମଧ୍ୟ ଆବେଦନ କଲେ ପାଇବେ ୫ ହଜାର ଟଙ୍କା । ଜିଲ୍ଲାଭିତ୍ତିକ ସମୀକ୍ଷାକୁ ନେଇ ଆଜି ଏହି ବଡ଼ ସୂଚନା ଦେଇଚନ୍ତି ଉପମୁଖ୍ୟମନ୍ତ୍ରୀ ।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି ମୋର ଅନୁଭବ ହେଉଛି ରାଜ୍ୟ ବାହାରେ ବହୁତ ମହିଳା ଅଛନ୍ତି । ଯେଉଁମାନେ ସୁଭଦ୍ରାରେ ସାମିଲ ପାଇଁ ଆବେଦନ କରି ନାହାନ୍ତି । ସୋମାନଙ୍କୁ ଅନୁରୋଧ କରାଯାଉଛି ଜଲ୍‌ଦି ଆବେଦନ କରନ୍ତୁ ସମସ୍ତ ହିତାଧୀକାରୀଙ୍କୁ ଟଙ୍କା ମିଳିବ । ରାଜ୍ୟର ସମସ୍ତ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ। ବାଦ୍‌ ପଡିଥିବା ହିତାଧିକାରୀଙ୍କ ପାଇଁ ଜିଲାୱାରୀ ରିଭ୍ୟୁ ହୋଇଥିଲା । ଯେଉଁମାନେ ଆବେଦନ କରି ନାହାଁନ୍ତି, ସେମାନେ ଆବେଦନ କଲେ ଟଙ୍କା ପାଇବେ। ଚତୁର୍ଥ ପର୍ଯ୍ୟାୟରେ ୨୦ ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କୁ ମିଳିବ ଟଙ୍କା । ଶେଷ ହିତାଧିକାରୀଙ୍କ ପାଖରେ ସରକାର ପହଞ୍ଚିବେ । ଜାନୁଆରୀ ଶେଷ ସୁଦ୍ଧା ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିବ।

Leave a Reply

Your email address will not be published. Required fields are marked *