ଗତକାଲି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହେବା ପରେ ଆଜି ପୁରୀ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଶ୍ରୀମନ୍ଦିର ପରିସରରେ ମୋବାଇଲ ଫୋନକୁ ନିଷେଧ ନେଇ ପୁରୀ ପୋଲିସ ଶ୍ରୀମନ୍ଦିର ଚାରିପଟେ ପୋଷ୍ଟର ମାରିଛି । ଏପରିକି ଏହି ପୋଷ୍ଟରରେ ନିୟମ ଉଲଂଘନକାରୀଙ୍କୁ ଦଣ୍ଡିତ କରାଯିବ ବୋଲି ଉଲ୍ଲେଖ ରହିଛି । ସୂଚନା ଅନୁସାରେ ଜାନୁଆରୀ ୧୯ ତାରିଖରେ ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ଯେଉଁଥିରେ ରତ୍ନ ସିଂହାସନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅବସ୍ଥାନ ମଧ୍ୟ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଥିଲା। ଯାହାକୁ ନେଇ ବର୍ତ୍ତମାନ ପୁଲିସ୍ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହା ସହ ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପୁରୀ ପୋଲିସ ଘଟଣାର ତଦନ୍ତ କରୁଥିବା କହିଛନ୍ତି ପୁରୀ ଏସପି । Post navigation କଣାସରେ ଝାଡ଼ାବାନ୍ତି ବ୍ୟାପିବା ଘଟଣାରେ ତୁରନ୍ତ ଦୃଷ୍ଟି ଦେବାକୁ ସରକାରଙ୍କୁ ନିବେଦନ କଲେ ନବୀନ ଆସନ୍ତା ଏପ୍ରିଲରୁ ରାଜ୍ୟରେ ଲାଗୁହେବ ଏନ୍ଇପି