ଦିନକୁ ଦିନ ପୁରୀ ଜିଲ୍ଲା କଣାସରେ ବ୍ୟାପିବାରେ ଲାଗିଛି ହଇଜା । ୧୦ ଦିନ ହେଲା ଝାଡ଼ାବାନ୍ତିରେ ୪ ଜଣଙ୍କର ମୃତ୍ୟୁ ହେବା ସହ ଅନେକ ଲୋକ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି । ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ନିବେଦନ କରିବା ସହ କହିଛନ୍ତି ପୁରୀ ଜିଲ୍ଲା କଣାସ ବ୍ଲକରେ ହଇଜା ଭୟାନକ ପରିସ୍ଥିତି ସୃଷ୍ଟି କରିଛି। ସ୍ଥିତି ନିୟନ୍ତ୍ରଣକୁ ଆସିବା ପରିବର୍ତ୍ତେ ଅଣାୟତ୍ତ ହେଉଛି। ଝାଡ଼ାବାନ୍ତିରେ ଲୋକଙ୍କ ପ୍ରାଣହାନୀ ହେବା ସହ ଧନଜୀବନ ସୁରକ୍ଷା ପ୍ରତି ବିପଦ ଉପୁଜୁଛି। ରାଜ୍ୟ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ। ସ୍ୱତନ୍ତ୍ର ଡାକ୍ତରୀ ଦଳ ପଠାଇ ଏହାର ମୁକାବିଲା ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ। ଘରେ ଘରେ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇ ଲୋକଙ୍କୁ ସଜାଗ କରାଯାଉ। ପ୍ରତିଟି ଜୀବନ ମୂଲ୍ୟବାନ। ଏହାର ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସନ୍ତୁ। ପ୍ରଶାସନକୁ ସହଯୋଗ କରନ୍ତୁ। ଅନ୍ୟପଟେ କଣାସରେ ଝାଡ଼ାବାନ୍ତିରେ ୪ ଜଣଙ୍କ ଜୀବନ ଯାଇଥିବା ଘଟଣାରେ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛି ବିଜେଡି। ପ୍ରେସମିଟ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଉମା ସାମନ୍ତରାୟ କରିଛନ୍ତି ଚାରି ଜଣଙ୍କ ମୃତ୍ୟୁ ଘଟିବା ପରେ ବି ପ୍ରଶାସନ ନୀରବ । ଗାଁରେ ରୋଗୀଙ୍କ ଲାଗି ଆମ୍ବୁଲାନ୍ସ ପହଞ୍ଚି ପାରୁନାହିଁ। ସେହି ଅଂଚଳରେ ପର୍ଯ୍ୟାପ୍ତ ପରିମାଣରେ ପିଇବା ପାଣି ନାହିଁ। ସ୍ବାସ୍ଥ୍ଯମନ୍ତ୍ରୀଙ୍କ ମାନବିକତା ଉଦୟ ହେଉନାହିଁ। ମୁଖ୍ୟମନ୍ତ୍ରୀ କି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ମାନବିକତା ନାହିଁ ଯେ ସେ ସ୍ଥାନକୁ ଯିବାକୁ। ମେଡିକାଲରେ କେଶ ବଢୁଛି। ଏହି ସବୁ ମାମଲାକୁ ତୁରନ୍ତ ଧ୍ୟାନ ଦେବା ସହ ସରକାର ଆବଶ୍ୟକ ପଦକ୍ଷେପ ନନେଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେବା ସହ ହଇଜାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଛି ବିଜେଡି । Post navigation ନ୍ୟାୟ ଦାବିରେ ବରଗଡ଼ ବନ୍ଦ ପାଳନ: ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ଶ୍ରୀମନ୍ଦିର ପରିସରରେ ନିଷେଧ ହେଲା ମୋବାଇଲ; ପୋଷ୍ଟର ମାରିଲା ପୁରୀ ପୋଲିସ