କଟକ ଜିଲ୍ଲା ନରସିଂହପୁର ବ୍ଲକ ପରିସର ସରକାରୀ କ୍ୱାଟର୍ସରୁ ଜଣେ କନିଷ୍ଠ ଯନ୍ତ୍ରୀଙ୍କ  ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯନ୍ତ୍ରୀ ହେଲେ କନିଷ୍ଠ ଯନ୍ତ୍ରୀ ଅଜୟ ସାମଲ । ତାଙ୍କ ଘର ବଡମ୍ବା ସାନବରସିଂହ ଅଞ୍ଚଳରେ ବୋଲି ଜଣାପଡିଛି। ଖବର ପାଇ ନରସିଂହପୁର ତହସିଲଦାର, ମଣ୍ଡଳ ଉନ୍ନୟନ ଅଧିକାରୀ ଏବଂ ପୋଲିସ ଘଟଣାସ୍ଥଳରେ ପହଁଛି ଯାଞ୍ଚ ଆରମ୍ଭ କରିଛନ୍ତି। ତେବେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ସେ ଦୀର୍ଘ ଦିନ ହେବ ଚାକିରି କ୍ଷେତ୍ରରେ ଚାପରେ ଥିଲେ ବୋଲି ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।

ସୂଚନା ଯୋଗ୍ୟ; ଅଜୟ ସାମଲ ଦୀର୍ଘ ୩ ବର୍ଷ ହେଲା ନରସିଂହପୁର ବ୍ଲକରେ କନିଷ୍ଠ ଯନ୍ତ୍ରୀଭାବେ କାର୍ଯ୍ୟ କରୁଥିଲେ । ଶନିବାର ସକାଳୁ ସରକାର ଘରୁ ତାଙ୍କର ମୃତ ଦେହକୁ ଝୁଲନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି । ୬ ମାସ ହେବ ଫଲ୍ସ ବିଲ କରିବାକୁ ତାଙ୍କ ଉପରେ ଚାପ ପକାଯାଉଥିଲା । ଏନେଇ ସେ ମାନସିକ ଚିନ୍ତାରେ ଥିଲେ ବୋଲି ସେ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ ବୋଲି କହିଛନ୍ତି ମୃତ ଅଜୟଙ୍କ ଭାଇ ଅରୁଣ କୁମାର ସାମଲ । ତେବେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଁଚି ଛାନଭିନ୍ କରୁଛି ।

Leave a Reply

Your email address will not be published. Required fields are marked *