ଚଳିତ ମାସ ଶେଷ ସୁଦ୍ଧା ମିଳିବ ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିସାରିଥିବା ବେଳେ ଜାନୁଆରୀ ଶେଷରେ ଚତୁର୍ଥ ପର୍ଯାୟ ଟଙ୍କା ମିଳିବ ବୋଲି କହିଛନ୍ତି ପ୍ରଭାତୀପର ପରିଡ଼ା । ସେ କହିଛନ୍ତି ଏଯାବତ୍ ସୁଭଦ୍ରାରେ ୧୭ ହଜାର ମହିଳା ପୁଣି ସାମିଲ୍ ହୋଇଛନ୍ତି । କେହି ବି ଜଣେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯିବନି । ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବା ପରେ ମଧ୍ୟ କେୱାଇସି ଅପଡେଟ କଲେ କିମ୍ୱା ଅପ୍ଟ ଇନ କଲେ ଯୋଜନାରେ ସାମିଲ ହୋଇ ପାରିବେ ହିତାଧିକାରୀ । ଉପମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଯେ, ଅପଟ୍ ଆଉଟ ହୋଇଥିବା ୧୭ ହଜାର ମହିଳା ପୁଣିଥରେ ସୁଭଦ୍ରାରେ ମିଶିଛନ୍ତି । ସମୁଦାୟ ୩୧ ହଜାର ଅପଟ ଆଉଟ୍ ହୋଇଥିଲେ । ବର୍ତ୍ତମାନ ୧୭ ହଜାର ପୁନଃ ସାମଲ ହୋଇଛନ୍ତି । ବାକି ୧୪ ହଜାର ମହିଳା ଅପଟ୍ ଇନ୍ କରିନପାରନ୍ତି ବୋଲି ସେ କହିଛନ୍ତି । ସେମାନେ ଆୟକର ବର୍ଗର ହୋଇଥାଇପାରନ୍ତି । ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ମହିଳା କେଓ୍ବାଇସି ଅପଡେଟ୍ କରିନାହାନ୍ତି । ଚତୁର୍ଥ ପର୍ଯ୍ୟାୟ ପୂର୍ବରୁ କେଓ୍ବାଇସି ଅପଡେଟ୍ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ କହିଛନ୍ତି । Post navigation ମାଟିରେ ମିଶିଲା ଖଣ୍ଡଗିରିର ବୈକୁଣ୍ଠଧାମ ଆଶ୍ରମ ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା ପାଇଁ ସ୍ପେଶାଲ ଟ୍ରେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ