ଆଜିଠାରୁ ପୁଣି ଥରେ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ତେବେ ଆଜି ମାତ୍ର ଘଣ୍ଟେ କି ଦୁଇ ଘଣ୍ଟା କାମ ହେବାର ସମ୍ଭାବନା ରହିଛି । ରତ୍ନଭଣ୍ଡାର ପ୍ଲାଷ୍ଟର ଛଡ଼ା କାର୍ଯ୍ୟ ଶେଷ ହୋଇଛି । ଏବେ କାନ୍ଥର ମରାମତି ଓ ଯେଉଁ ପଥରରେ ଅଧିକ ଫାଟ ରହିଥିବ, ତାକୁ ପରିବର୍ତ୍ତନ କରାଯିବ । ରତ୍ନଭଣ୍ଡାର ସଂରକ୍ଷଣ ସହ ମରାମତି କାର୍ଯ୍ୟରେ ଲାଗିଛି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାର ଟେକ୍ନିକାଲ ଟିମ୍। କାନ୍ଥରେ ଭର୍ଟିକାଲ ବା ଭୂ-ଲମ୍ବ ଫାଟର ମରାମତି ସହ ଚଟାଣରେ ଗ୍ରାନାଇଟ୍ ଲଗାଯିବ। ଚଟାଣ ନୂତନ ଭାବେ କରାଯିବ । ପୂର୍ବରୁ ମକର ସଂକ୍ରାନ୍ତି ପାଇଁ ୧୨ ତାରିଖରୁ ୧୫ ତାରିଖ ମଧ୍ୟରେ କାମ ବନ୍ଦ ରହିଥିଲା । ବନକଲାଗି ପରେ ମହାପ୍ରଭୁଙ୍କ ନୀତିକାନ୍ତି ପ୍ରାୟ ଭୋର ୪ଟା ବେଳେ ଶେଷ ହୋଇଥିଲା । ଫଳରେ ରାତ୍ର ପହୁଡ଼ ହୋଇ ନ ଥିବା ସୂଚନା ମିଳିଛି । ସେଥିପାଇଁ ଆଜି ସକାଳୁ ବିଳମ୍ବରେ ମଙ୍ଗଳ ଆଳତୀ ମଧ୍ୟ କରାଯାଇଛି । ତେଣୁ ଏହା ପରେ ମହାପ୍ରଭୁଙ୍କର ଅନ୍ୟାନ୍ୟ ନୀତି ଯଥା ମଇଲମ, ତଡ଼ପଲାଗି, ଅବକାଶ, ପ୍ରଥମ ଭୋଗ ମଣ୍ଡପ ଆଦି ମଧ୍ୟ ହେବାର ରହିଛି । ତେଣୁ ସମସ୍ତ ନୀତିକାନ୍ତି ସରିବା ପରେ ଭଣ୍ଡାର ମରାମତି ପାଇଁ ଏଏସଆଇ ଟିମ୍ ମନ୍ଦିର ଭିତରକୁ ପ୍ରବେଶ କରିବେ । Post navigation ବଲିଉଡ଼ର ଅଭିନେତା ସୈଫ ଅଲି ଖାନ୍ଙ୍କୁ ଛୁରାମାଡ଼ ରାଜ୍ୟରେ ଔଷଧ ହବ୍ ପ୍ରତିଷ୍ଠା କରିବେ ରାଜ୍ୟ ସରକାର