ଝାରସୁଗୁଡା ଜିଲ୍ଲାରେ ବ୍ରଜରାଜନଗର ପୌରଧ୍ୟକ୍ଷା ଯାଜ୍ଞସେନୀ ଓରାମଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ନେଇ ତେଜିଛି ରାଜନୀତି। ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭିଡିଓ ମେସଜ ପଠାଇଛନ୍ତି ବ୍ରଜରାଜନଗର ପୌର ପରିଷଦ ଚେୟାର ପର୍ସନ ଯାଜ୍ଞସେନୀ ଓରାମ। ସେ ଭିଡିଓ ମାଧ୍ୟମରେ କହିଛନ୍ତି ଅନାସ୍ଥା ପଛରେ ଦୀପାଳି ଓ ବିଶାଳଙ୍କ ହାତ ରହିଛି । ସମସ୍ତେ ମିଶିକି ମତେ ହଇରାଣ କରୁଛନ୍ତି । ଏହି ସବୁ ଅଭିଯୋଗ ମଧ୍ୟ ମୁ ଚିଠି ମାଧ୍ୟମରେ ନବୀନ ସାରଙ୍କୁ ଲେଖିଥିଲି । କିନ୍ତୁ ସେ ପାଇଛନ୍ତି କି ନାଇ ମୁ ଜାଣିନି । ସେ ଆଉ ମଧ୍ୟ କହିଛନ୍ତି ସମସ୍ତେ ବିଜେଡି ଲୋକ ହୋଇ ଜଣେ ବିଜେଡି ତଥା ଦଳୀୟ ନେତା ଆଦିବାସୀ ଝିଅକୁ ହଇରାଣ କରିବା ଉଚିତ ନୁହେଁ । ବିଜେଡି ଯଦି ବିକାଶ ଚାହୁଁଛି ଲୋକଙ୍କର ଏହି ଅନାସ୍ଥା ପ୍ରସ୍ତାବ ହେବା କଥା ନୁହେଁ । ଯଦି ମୁଁ ଦୁର୍ନୀତି କରୁଛି ତଦନ୍ତ କରନ୍ତୁ । ଯେଉଁ ମାନେ ଲୁଚି ରହିଛନ୍ତି ତାଙ୍କର ମୋବାଇଲକୁ ତଦନ୍ତ ପରିସରର ଭୁକ୍ତ କରାଯାଉ । ଆପଣ ଜାଣିପାରିବେ ମୁ କେତେ ସତ୍ୟ କଥା କହୁଛି ଆଉ ଆପଣ କଣ ସବୁ ଶୁଣୁଛନ୍ତି। ଯଦି ତଦନ୍ତରୁ ବାହାରେ ମୁ ଭୁଲ୍ ବୋଲି ଆପଣ ଯାହା ଦଣ୍ଡ ଦେବେ ମୁ ମାନିବାକୁ ରାଜି ଅଛି । ଯଦି ବିଜେଡି ପରିବାରର ହୋଇ ବିଜେଡି ପରିବାର ସଦସ୍ୟଙ୍କ ପଛରେ ପଡିବେ ଏଠି ଆଉ ବିଜେଡିର ଭବିଷ୍ୟତ ଦେଖାଯିବ ନାହିଁ। ବିଜେଡି ଏଠି ସମାପ୍ତ ହୋଇଯିବ। ଯଦି ଜଣେ ଆଦିବାସୀ ଝିଅ ନିର୍ବାଚନ ଲଢି ମ୍ୟୁନିସିପାଲଟି ଚ୍ୟାରମେନ ହୋଇ ଦୂର୍ନୀତିମୁକ୍ତ କାମ କରୁଛି । ଅନ୍ୟପଟେ ଅନାସ୍ଥା ପଛରେ ଦୀପାଳିଙ୍କର ହାତ ଥିବା ଅଭିଯୋଗ ପରେ ନବୀନ ନିବାସରୁ ଡାକରା ଆସିଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟ; ଯାଜ୍ଞସେନୀ ଓରାମ ବିଜେଡିର ହୋଇଥିବା ବେଳେ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ଖୋଦ୍ ବିଜେଡି କାଉଁସିଲର। ତେବେ ତାଙ୍କ ବିରୋଧରେ ବିଜେଡିର ୨୦ କାଉଁସିଲର ସମେତ ମୋଟ ୨୨ ଜଣ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ପୌର ପରିଷଦରେ ଅରାଜକତା ତଥା ଅଧ୍ୟକ୍ଷାଙ୍କ ମନମୁଖୀ କାର୍ଯ୍ୟକଳାପ ବିରୋଧରେ ଅନାସ୍ଥା ଅଣା ଯାଇଥିଲା । Post navigation ଭୁବନେଶ୍ୱର ବିମାନ ବନ୍ଦରରୁ ୪ କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ ଉଦଘାଟିତ ହେଲା ୨୫୨ କୋଟି ଟଙ୍କାରେ ନିର୍ମିତ କଂଗ୍ରେସର ନୂଆ ମୁଖ୍ୟାଳୟ ‘ଇନ୍ଦିରା ଭବନ’