ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା । ଭାରତ ଆଜି ସୁରକ୍ଷା ଦୃଷ୍ଟିରୁ ବଡ଼ ସଫଳତା ହାସଲ କରିଛି । ରାଜସ୍ଥାନର ପୋଖରନରୁ ଡିଆରଡିଓ ପକ୍ଷରୁ ଆଣ୍ଟି-ଟ୍ୟାଙ୍କ୍ ଗାଇଡେଡ୍ କ୍ଷେପଣାସ୍ତ୍ର ‘ନାଗ-୨’ (Nag Mk-2) ର ସଫଳ ପରୀକ୍ଷଣ ହୋଇଛି । ଫାୟାରିଂ ରେଞ୍ଜର ସେନା ଅଧିକାରୀଙ୍କ ଉପସ୍ଥିତିରେ ଏହାକୁ ପରୀକ୍ଷଣ କରାଯାଇଛି । ପରୀକ୍ଷଣ ସମୟରେ ମିସାଇଲ ସର୍ବାଧିକ ଏବଂ ସର୍ବନିମ୍ନ ପରିସରକୁ ସଠିକ୍ ଭାବରେ ନଷ୍ଟ କରିଥିଲା । ଭାରତୀୟ ସେନାରେ ସାମିଲ ହେବା ପାଇଁ ସମ୍ପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା ଏବେ ପ୍ରସ୍ତୁତ ଅଛି । ନାଗ ଏମକେ-୨ ର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନକୁ ସଫଳ ପରିକ୍ଷଣ ପାଇଁ ଅଭିନନ୍ଦନ ଜଣାଇଛନ୍ତି । Post navigation ବହୁ ପ୍ରତୀକ୍ଷିତ ସୋନମାର୍ଗ ଟନେଲ୍ର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି କୁମ୍ଭମେଳାରେ ରୁଦ୍ରାକ୍ଷ ମାଳା ଓ ଗେରୁଆ ବସ୍ତ୍ରରେ ଷ୍ଟିଭ ଜବ୍ସଙ୍କ ପତ୍ନୀ